ମନ୍ତ୍ରୀ ବଡ଼ ନା ସଚିବ, ଏହାର ବିବୃତ୍ତି ରଖିଛନ୍ତି ନବୀନ ପଟ୍ଟନାୟକ
ବିଧାନସଭାରେ ଉଠିଲା ମନ୍ତ୍ରୀ ବଡ଼ ନା ସଚିବ! ଯାହାର ଜବାବ ଦେବାକୁ ଯାଇ ବିବୃତ୍ତି ରଖିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନରୁ ଲାଗି ରହିଥିବା ଏହି ବିବାଦ ଉପରୁ ପରଦା ହଟାଇବା ସହ ବିରୋଧୀଙ୍କୁ ଜବାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଗୃହରେ ବିରୋଧୀଙ୍କ ଆଗରେ ରଖିଥିବା ବିବୃତ୍ତି ଦେଇବାକୁ ଯାଇ କହିଛନ୍ତି ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ। କୋଭିଡ୍ ପୂର୍ବରୁ ସିଏମ୍ଓ ମାଧ୍ୟମରେ ଅଭିଯୋଗ ଶୁଣାଯାଉଥିଲା । ମାତ୍ର କୋଭିଡର ୨ ବର୍ଷ ପରେ ସେତେ ଅଭିଯୋଗ ନ ଆସିବାରୁ ଲୋକଙ୍କ ନିକଟକୁ ଯାଇ ଅଭିଯୋଗ ଆଣିବାକୁ ମୁଁ ଚିନ୍ତାକଲି। ମୋ ନିର୍ଦ୍ଦେଶରେ ସିଏମ୍ଓ ଅଫିସରମାନେ ଜିଲ୍ଲାକୁ ଯାଇ ଅଭିଯୋଗ ଆଣିଲେ। ଗତ ୬ ମାସ ମଧ୍ୟରେ ୧୯୦ ଜାଗାରେ ୫୭,୪୪୨ ଅଭିଯୋଗ ଅଣାଯାଇଛି। ଆସିଥିବା ଅଭିଯୋଗରୁ ଆଜି ସୁଦ୍ଧା ୪୩,୫୩୬ ଅଭିଯୋଗ ସମାଧାନ ହୋଇଛି। ସମସ୍ତ ପ୍ରକ୍ରିୟା ଅତ୍ୟନ୍ତ ସ୍ୱଚ୍ଛ ଓ ବୈଷୟିକ ଜ୍ଞାନକୌଶଳ ପରିଚାଳିତ। ୨/୩ ମାସ ମଧ୍ୟରେ ଦୀର୍ଘଦିନରୁ ପଡ଼ିଥିବା ସମସ୍ୟା ସମାଧାନ ହୋଇଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଯାହା ଆଜି ପୁରା ଚର୍ଚ୍ଚାର ବିଷୟ ପାଲଟିଛି । ହଠାତ ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତରରେ ଘାଇଲା ହୋଇଛନ୍ତି ବିରୋଧୀ ।