ପୋଲ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟଣା, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ନିର୍ମାଣାଧୀନ ପୋଲ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟଣା। ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଥିବା ଦେଖିବାକୁ ମିଳିଛି ।  ତେବେ ଆଜି ସକାଳେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଉପରସଜା ଗାଁରେ ଏକ ନାଳରେ ଗାଧୋଇବା ବେଳେ ଭୁଶୁଡ଼ି ପଡ଼ିଥିଲା ନିର୍ମାଣାଧୀନ ପୋଲ ।

ନାଳ ଉପରେ ପୋଲଟି ତିଆରି ହେଉଥିଲା । ଲଗାଣ ବର୍ଷା କାରଣରୁ ନିର୍ମାଣାଧୀନ ପୋଲଟି ଅଚାନକ ଭୁଶୁଡି ପଡିଥିବା ଅନୁମାନ କରାଯାଉଛି  । ଏଥିଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ୪ ଜଣ ଶିଶୁଙ୍କ ସମେତ ୫ ଜଣ ଜୀବନ ହରାଇଛନ୍ତି ।ଏହି ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।