ସିଂହଦ୍ବାରରେ ନନ୍ଦିଘୋଷ: ରାତିରେ ହେଲା ରଥଟଣା

ରାତିରେ ଟଣା ହେଲା ଦେବୀ ସୁଭଦ୍ରାଙ୍କ ରଥ

ସିଂହଦ୍ବାରରେ ନନ୍ଦିଘୋଷ। ରାତିରେ ଦେବୀ ସୁଭଦ୍ରାଙ୍କ ରଥଟଣା ହେଲା; ଗୁରୁବାର ରାତି ପହୁଡ଼ ହୋଇନଥିଲା। ଏହା ସତ୍ତ୍ବେ ୧ ଘଣ୍ଟା ୧୫ ମିନିଟ୍ ବିଳମ୍ବରେ ଆରମ୍ଭ ହେଲା ନୀତି। ସ୍ଥିତିରେ ସୁଧାର ଆଣିପାରିଲେନି। ପରିଣାମ ହେଲା, ଧାର୍ଯ୍ୟ ସମୟଠାରୁ ପାଖାପାଖି ୫୦ ମିନିଟ୍‌ ବିଳମ୍ବରେ ଆରମ୍ଭ ହେଲା ପହଣ୍ଡି। ଶେଷରେ ଗତବର୍ଷ ରଥଯାତ୍ରାର ପୁନରାବୃତ୍ତି ହେଲା। ସିଂହଦ୍ବାରରେ ଅଟକିଗଲେ ମହାବାହୁ। ବିଧିରକ୍ଷା ପାଇଁ ସନ୍ଧ୍ୟା ୭ଟା ୪୫ ମିନିଟ୍‌ରେ ରଥ ଟଣାଗଲା। ଚକେ ଗଡ଼ିଛି, ଆଜି ପାଇଁ ବନ୍ଦ ହେଲା ରଥଟଣା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘୋଷଣା କଲେ ଯେ ଏବେ ରଥଟଣା ହେବ ନାହିଁ। ଶନିବାର ସକାଳ ସାଢ଼େ ୯ଟାରେ ରଥ ଟଣାଯିବ। ଠାକୁରଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମାର୍କେଟ୍‌ ଛକ ନିକଟରେ ଅଟକି ରହିଛି।

ସରକାରଙ୍କ ସମସ୍ତ ପ୍ରସ୍ତୁତି ପରେ ବି ରଥଟଣାରେ ହୋଇଥିବା ଅବ୍ୟବସ୍ଥା ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଭୀଷଣ ଅସନ୍ତୁଷ୍ଟ କରିଛି। କାହା ଭୁଲ୍ ଲାଗି ଏଭଳି ଘଟଣା ଘଟିଲା, ସେ ନେଇ ତର୍ଜମା ଆରମ୍ଭ ହୋଇଛି। ସେପଟେ ସରକାର ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। ବଳଭଦ୍ରଙ୍କ ରଥ ବାରମ୍ବାର ମୋଡ଼ ନେବା, ଭିଡ଼ ନିୟନ୍ତ୍ରଣରେ ବିଫଳତାକୁ ଆଇନମନ୍ତ୍ରୀ କାରଣ ଦର୍ଶାଇବା ସହିତ ରିପୋର୍ଟ ଲେଖା ହେବା ବେଳକୁ ପୁରୀରେ ରହି ସ୍ଥିତି ସମୀକ୍ଷା କରୁଛନ୍ତି।