ଚାମ୍ପିଅନ୍ସ ଟ୍ରଫି, ପାକିସ୍ତାନକୁ ଭେଟିବ ନ୍ୟୁଜିଲ୍ୟାଣ୍ଡ
ଆଜିଠୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି । ପ୍ରଥମ ମ୍ୟାଚରେ ଆୟୋଜକ ପାକିସ୍ତାନକୁ ଭେଟିବ ନ୍ୟୁଜିଲ୍ୟାଣ୍ଡ । କରାଚୀରେ ଖେଳାଯିବ ମ୍ୟାଚ୍ । ଆସନ୍ତାକାଲି ବାଂଲାଦେଶ ସହ ଭାରତର ଲଢେଇ । ଆଜିଠାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ଏହା ୯ ମାର୍ଚ୍ଚ ପର୍ୟ୍ୟନ୍ତ ଖେଳାଯିବ । ଗ୍ରୁପ୍ -ଏରେ ଭାରତ ସହ ବାଂଲାଦେଶ, ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଅଛନ୍ତି । ଭାରତ ଏହାର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଖେଳିବ। କାଲି ଟିମ୍ ଇଣ୍ଡିଆ ବାଂଲାଦେଶକୁ ଭେଟିବ। ତେବେ ସବୁଠୁ ବଡ଼ ହାଇପ୍ରୋଫାଇଲ ମ୍ୟାଚ୍ ୨୩ ତାରିଖରେ ଖେଳାଯିବ। ଏହି ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ସେହିପରି ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ଟିମକୁ ଭେଟିବ ଟିମ୍ ଇଣ୍ଡିଆ। ଭାରତ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ୧୯୯୬ ପରେ ପାକିସ୍ତାନରେ ଆଇସିସିର କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ହେଉଛି। ମୋଟ୍ ୮ଟି ଟିମ୍ ଭାଗ ନେଉଛନ୍ତି। ଅନ୍ୟ ଟିମ୍ ମାନେ ପାକିସ୍ତାନରେ ମ୍ୟାଚ୍ ଖେଳିବେ। ତେବେ ଭାରତ ତାର ସମସ୍ତ ମ୍ୟାଚ୍ ଦୁବାଇରେ ହିଁ ଖେଳିବ।
