ଜନଗଣନା ପାଇଁ ପ୍ରକାଶ ପାଇଲା ଗେଜେଟ ବିଜ୍ଞପ୍ତି

୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ ଜନଗଣନା

ଜନଗଣନା ପାଇଁ ପ୍ରକାଶ ପାଇଲା ଗେଜେଟ ବିଜ୍ଞପ୍ତି । ଦେଶରେ ୨ଟି ପର୍ଯ୍ୟାୟରେ ହେବ ଜନଗଣନା । ୧୬ ବର୍ଷ ପରେ ହେବ ଜାତିଭିତ୍ତିକ ଜନଗଣନା । ୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ । ତୁଷାରପାତ ହେଉଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆଗୁଆ ହେବ ଜନଗଣନା । ଲଦାଖ, ଜମ୍ମୁକାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ୨୦୨୬ ଅକ୍ଟୋବର ୧ରୁ ଜନଗଣନା ଆରମ୍ଭ ହେବ । ନିୟୋଜିତ ହେବେ ୩୪ ଲକ୍ଷ ଗଣନାକାରୀ ଓ ୧.୩ ଲକ୍ଷ କର୍ମକର୍ତ୍ତା । ପ୍ରଥମେ କର୍ମଚାରୀଙ୍କ ନିଯୁକ୍ତି, ତାଲିମ, ଫର୍ମାଟ ପ୍ରସ୍ତୁତି ଏବଂ ଫିଲ୍ଡ ୱାର୍କର ଯୋଜନା ପ୍ରସ୍ତୁତ କରାଯିବ । ଅତ୍ୟାଧୁନିକ ମୋବାଇଲ ଡିଜିଟାଲ ଗ୍ୟାଜେଟ ଦ୍ୱାରା ଜନଗଣନା କାର୍ଯ୍ୟ ପରିଚାଳିତ ହେବ । ଭାରତରେ ପ୍ରତି ୧୦ବର୍ଷରେ ଥରେ ଜନଗଣନା କରାଯାଏ । ଦେଶର ଜନସଂଖ୍ୟା, ସାମାଜିକ-ଆର୍ଥିକ ଅବସ୍ଥା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଏ । ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ରେଜିଷ୍ଟାର ଜେନେରାଲ ଏବଂ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟ ଦ୍ୱାରା ଏହା ପରିଚାଳିତ ହୁଏ । କରୋନା ମହାମାରୀ ପାଇଁ ୨୦୨୧ରେ ହେବାକୁ ଥିବା ଜନଗଣନା ସ୍ଥଗିତ ରଖାଯାଇଥିଲା । ଏହି ଜନଗଣନାରେ ସାମାଜିକ, ଅର୍ଥନୈତିକ ବିବରଣୀ ସହ ଜାତି ଓ ଉପଜାତି ତଥ୍ୟ ସ୍ଥାନ ପାଇବ ।