ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର

ଅଗଷ୍ଟ ମାସରେ ହେବ ଗଣତି ମଣତି!

ସରିଲା ରତ୍ନଭଣ୍ଡାର ମରାମତି । ଖୁବଶୀଘ୍ର ହେବ ଗଣତି ମଣତି । ଏ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଅଗଷ୍ଟ ମାସରେ ଗଣତି ମଣତି ହେବା ସମ୍ଭାବନା । ଉଚ୍ଚସ୍ତରୀୟ କମିଟି ବୈଠକରେ ହେବ ଚୁଡାନ୍ତ ନିଷ୍ପତ୍ତି । ଦୁଇ ଜଣ ଏକ୍ସପର୍ଟ ଦେବାକୁ ଆରବିଆଇ କୁ ଚିଠି ଲେଖାଯିବ । ଯେଉଁ ମାନେ ସୋମନାଥ ମନ୍ଦିର ଓ ବିଭିନ୍ନ ବଡ ମନ୍ଦିରରେ ଅଳଙ୍କାର ଗଣତିରେ ସେମାନଙ୍କର ଅଭିଜ୍ଞତା ଥିବ । ରତ୍ନ ଅଳଙ୍କାର ରଖିବା ପାଈଁ ନୂଆ ସିନ୍ଦୁକ ପ୍ରସ୍ତୁତ କରାଯାଇଛି । ଅଭିଜ୍ଞ ବଣିଆ ଚିହ୍ନଟ କରାଯିବ । ରତ୍ନଭଣ୍ଡାର ମରାମତି ପରେ ଶତାଧିକ ବର୍ଷ ସ୍ଥାୟୀତ୍ବ ରହିବ । ରତ୍ନଭଣ୍ଡାର ମରାମତି ପରେ ASI ଶ୍ରୀମନ୍ଦିର ପ୍ରଶାସନ କୁ ହସ୍ତାନ୍ତର କରି ସାରିଛି ।

ଶ୍ରୀଜିଉ ପିନ୍ଧିବେ ନୂଆ ଅଳଙ୍କାର । ଆଗାମୀ ଦିନରେ ସୁନାବେଶରେ ଲାଗିବ ନୂଆ ଅଳଙ୍କାର । ରତ୍ନଭଣ୍ଡାରରେ କୌଣସି ଅଳଙ୍କାର ଏଥିରେ ବ୍ୟବହାର ହେବ ନାହିଁ । ସରକାର ଏ ନେଇ ବ୍ୟବସ୍ଥା କରିବେ । ଭକ୍ତମାନଙ୍କୁ ବି ସ୍ଵର୍ଣ୍ଣ ଦାନ ପାଇଁ ଅନୁରୋଧ କରାଯିବ । ଶ୍ରୀପୟରର କିଛି ଅଂଶ ଦବି ଯାଇଛି ବୋଲି ସେବାୟତ କହୁଛନ୍ତି । କିଛି ଅଳଙ୍କାର ପତଳା ହୋଇଗଲାଣି, କିଛି ଅଳଙ୍କାର ଦବିଗଲାଣି ବୋଲି ସେବାୟତ ଜଣାଇଛନ୍ତି । ନିକଟରେ ଛତିଶା ନିଯୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଉ ଗୋଟେ ଅଳଙ୍କାର ସେଟ୍ ପାଇଁ ଅନୁରୋଧ କରାଯାଇଥିଲା । ଠାକୁରଙ୍କ ଇଚ୍ଛା ଥିଲେ ନୂଆ ଅଳଙ୍କାର ହୋଇପାରିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତେବେ ଅନେକ ଦିନ ହେଲାଣି ଠାକୁରଙ୍କ ଅଳଙ୍କାର ତିଆରି କରିବାକୁ ଦାବି ହୋଇଥିଲା । ଆଉ ସେହି ଦାବିକୁ ସରକାର ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି ।