ଅକ୍ଟୋବର ୩୧ ଯାଏଁ ଧର୍ମଘଟ ସ୍ଥଗିତ , ଯାତ୍ରୀ ଆଶ୍ଵସ୍ଥ
ରାଜ୍ୟରେ ସ୍ଥଗିତ ହେଲା ବସ୍ ଧର୍ମଘଟ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆଶ୍ଵସ୍ତି ମିଳିଥିବା ଦେଖିବାକୁ ମିଳିଛି । ଗତକାଲି କିଛି ଘଣ୍ଟା ଘରୋଇ ବସ ମାଲିକ ସଂଘର ଧର୍ମଘଟ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ ନିଷ୍ପତ୍ତି ବଦଳାଇଛି ଘରୋଇ ବସ୍ ମାଲିକ ସଂଘ । ଆଜିଠୁ ରାଜ୍ୟରେ ପୁଣି ଚାଲିଛି ଘରୋଇ ବସ୍ । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ ।
ଏନେଇ ପ୍ରେସମିଟ୍ କରି ସଂଘ ସୂଚନା ଦେଇଛି । ତେବେ ରାଜ୍ୟରେ ଘରୋଇ ବସ୍ ଚାଲିବା ନେଇ ଦୀର୍ଘ ସମୟ ହେଲା ବୈଠକ ବସିଥିଲା । ବୈଠକ ପରେ ସଂଘ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ସୂଚନା ଦେଇଛି । ରାଜ୍ୟ ସରକାର ଏବଂ ପରିବହନ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ତେବେ ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସକୁ ବିରୋଧ କରି ଧର୍ମଘଟ ଡାକରା ଦେଇଥିଲା ସଂଘ ପରବର୍ତ୍ତୀ ସମୟରେ ନିଷ୍ପତ୍ତିରୁ ଓହରିଥିବା ଜଣା ପଡିଛି ।