୩୫ଘଣ୍ଟା ପରେ ମିଳିଲା ବାପାଙ୍କ ମୃତଦେହ, ଏଯାଏଁ ମିଳିନି ଝିଅର ପତ୍ତା !

ବୈତରଣୀ ନଦୀକୁ ଡେଇଁ ବାପଝିଅଙ୍କ ଆତ୍ମହତ୍ୟା ଘଟଣା

ମିଳିଲା ବୈତରଣୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ବାପଝିଅଙ୍କ ମଧ୍ୟରୁ ବାପାର ମୃତଦେହ , ହେଲେ ମିଳିଲାନି ଝିଅ। ଭଦ୍ରକ ଭଣ୍ଡାରୀ ପୋଖରିସ୍ଥିତ ଆଖୁଆପଦା ବ୍ରିଜ ଉପରୁ ବୁଧବାର ଦିନ ଅଢେଇବର୍ଷର ଝିଅକୁ ଡେଇଁ ଆତ୍ମହତ୍ୟା କରିଥିବା ବାପାର ମୃତଦେହ ଆଜି ଉଦ୍ଧାର କରାଯାଇଛି ।ପ୍ରାୟ ୩୫ ଘଣ୍ଟା ପରେ ମିଳିଲା ନିଖୋଜ ବାପା ଚନ୍ଦନ ସାହୁଙ୍କ ମୃତଦେହ । ବୈତରଣୀ ନଦୀର କଣ୍ଟିଘାଇରୁ ଏହି ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ଚନ୍ଦନଙ୍କର ବୋଲି ତାଙ୍କ ଭିଣୋଇ ଚିହ୍ନଟ କରିଛନ୍ତି । ତେବେ ଝିଅର ଏଯାଏ ପତ୍ତା ମିଳିନାହିଁ । ନାବାଳିକାକୁ ଠାବ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।

ପୂର୍ବ ସୂଚନା ଅନୁସାରେ ବୁଧବାର ରାତି ୯ଟାରେ ଭଣ୍ଡାରିପୋଖରୀ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁ ପଡିଥିଲେ । ମାସେ ପୂର୍ବରୁ ଚନ୍ଦନଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଚନ୍ଦନ ନିଜ ଝିଅ ସହ ଏକ ବାଇକ ଯୋଗେ ବୈତରଣୀ ନଦୀ ପୋଲ ଉପରେ ପହଞ୍ଚିଥିଲେ । ପୋଲ ଉପରେ ମୋବାଇଲ, ଜୋତା ଓ ବାଇକ ରଖି ଅଢେଇ ବର୍ଷର ଝିଅକୁ ଧରି ନଦୀକୁ ଡେିଇଁପଡ଼ିଥିଲେ । ତେବେ ନଦୀକୁ ଡେଇଁବା ପୂର୍ବରୁ ନିଜ ବଡ଼ ଉଭଣୀଙ୍କ ସହ ଶେଷଥର ପାଇଁ ଫୋନରେ କଥା ହୋଇଥିଲେ । ତେବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଥିବା ବେଳେ ଆଜି ମୃତ ଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଦ୍ଵିଗୁଣିତ ହୋଇଥିବା ନଜରକୁ ଆସିଛି ।