ବ୍ୟାରିକେଡ ଭାଙ୍ଗି ଘରେ ପଶିଗଲା ବିଏମଡବ୍ଲୁ
ଭୁବନେଶ୍ୱରରେ ଆଉ ଏକ ବଡ଼ ଦୁର୍ଘଟଣା । ବ୍ୟାରିକେଡ ଭାଙ୍ଗି ଘରେ ପଶିଗଲା ବିଏମଡବ୍ଲୁ । ଶାସ୍ତ୍ରୀ ନଗର ଟ୍ରାଫିକ ନିକଟରେ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ । ରାଜଧାନୀ ଭୁବନେଶ୍ୱର ସ୍ଥିତ ୪ନଂ ହସ୍ପିଟାଲ ଛକରେ ଏହି ଦୁର୍ଘଟଣା ଘଟିଛି। ଆଜି ଭୋର ସମୟରେ ଏକ ବିଏମଡବ୍ଲୁ କାର୍ ରେଡକ୍ରସ୍ ଭବନ ଆଡ଼ୁ ଦ୍ରୁତ ଗତିରେ ଆସି ଫୁଟପାଥ୍ ଡିଭାଇଡରକୁ ପିଟିଥିଲା। ପରେ ୪ନଂ ହସ୍ପିଟାଲ ଛକରେ ଥିବା ଘର ଉପରକୁ ଭାରସାମ୍ୟ ହରାଇ ମାଡ଼ି ଯାଇଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିଲେ। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର ଲୋକେ। ହେଲେ ଗାଡ଼ି ଧକ୍କାରେ ଘରର କାନ୍ଥ ଭାଙ୍ଗି ଯାଇଥିଲା। ଦୁର୍ଘଟଣାପରେ ଗାଡ଼ି ଛାଡ଼ି ୨ ଜଣ ଯୁବକ ଫେରାର ହୋଇଯାଇଥିଲେ। ସେମାନେ ନିଶାସକ୍ତ ଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।