ଆରମ୍ଭ ହେଲା ଏସିଆନ ପାରା ଗେମ୍ସ ମହାକୁମ୍ଭ

ଓଡ଼ିଶାରୁ ଭାଗ ନେଇଛନ୍ତି ୭ ଖେଳାଳି

ଆରମ୍ଭ ହେଲା ଏସିଆନ୍ ପାରା ଗେମ୍ସ । ଚୀନରେ ଆରମ୍ଭ ହୋଇଯାଇଛି ଏସିଆନ ପାରା ଗେମ୍ସ ମହାସମର । ପ୍ରାୟ 3ହଜାରରୁ ଊର୍ଦ୍ଧ୍ଵ ଖେଳାଳିଙ୍କୁ ନେଇ ଏହି ଗେମ୍ସ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି କ୍ରୀଡାମହାସମର ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଭାରତୀୟ ଖେଳାଳିଙ୍କ ଉପରେ ରହିଛି ସଭିଙ୍କ ନଜର । ସୂଚନା ଅନୁଯାୟୀ ଭାରତରୁ ମୋଟ ୩୦୯ ଜଣ ଆଥଲେଟ ଏଥିରେ ଭାଗ ନେଇଥିବା ବେଳେ ୧୯୬ ଜଣ ପୁରୁଷ ୧୧୩ ମହିଳା ଆଥଲେଟ ଏଥିରେ ଭାଗ ନେଇଛନ୍ତି । ଓଡ଼ିଶାରୁ ପ୍ରାୟ ୭ ଜଣ ଭାଗ ନେଇଛନ୍ତି ।

ସେମାନଙ୍କ ମଧ୍ୟରେ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ରଖାଲ କୁମାର ସେଠୀ, ଭି. ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଏବଂ ପୂଜାସ୍ବିନୀ ନାୟକ ରହିଥିବା ଦେଖିବାକୁ ମିଳିଛି । ପ୍ରତ୍ଯେକ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଏସିଆନ ପାରା ଗେମ୍ସର ଆଥଲେଟଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ୭ ଜଣ ଓଡ଼ିଆ ପାରା ଆଥଲେଟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏସିଆନ ଗେମ୍ସ ପରି ପାରା ଅଲିମ୍ପିକ୍ସରେ ଭାରତ ଭଲ ପ୍ରଦର୍ଶନ କରୁ ବୋଲି ପ୍ରାର୍ଥନା କରିଛନ୍ତି କ୍ରୀଡା ପ୍ରେମୀ ।