ଶିମିଳିପାଳରେ ମାତିଛନ୍ତି ପଶୁ ଶିକାରୀ !

ପୁଣି ଶିମିଳିପାଳରୁ କଲରାପତରିଆ ବାଘଛାଲ ଜବତ, ଜଣେ ଗିରଫ !

ମାତିଛନ୍ତି ପଶୁ ଶିକାରୀ । ଆଉ ଅବାଧରେ କରୁଛନ୍ତି ପଶୁ ଶିକାର । ଏହି ପଶୁ ଶିକାର ଦିନକୁ ଦିନ ଶିମିଳିପାଳରେ ବଢିବାକୁ ଲାଗିଛି । ଶିମିଳିପାଳ ପୁଣି ଜବତ ହୋଇଛି କଲରାପତରିଆ ବାଘଛାଲ । ଏହାସହ ଜଣକୁ ଗିରଫ କରିଛି ବନବିଭାଗ । ପଶୁ ଶିକାର କରି ସେମାନଙ୍କ ଠାରୁ ମୁଲ୍ଯବନ ଚମଡା, ଦାନ୍ତ, ନଖ ଆଦି ବାହାରକୁ ସ୍ମଗଲିଙ୍ଗ କରୁଛନ୍ତି କିଛି ଅବାଧ ପଶୁ ଶିକାରୀ । ଏକ ବିଶେଷ ସୂତ୍ରରୁ ଏହାର ଖବର ପାଇଥିଲା ଶିମିଳିପାଳ ୱାଇଲ୍ଡ ଲାଇଫ ଇଣ୍ଟେଲିଜେନ୍ସ ନେଟୱାର୍କ । ସଙ୍ଗେ ସଙ୍ଗେ ଆରମ୍ଭ ହୋଇଥିଲା ଖୋଲତାଡ।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନର ଟିମ୍ ଚଢ଼ାଉ କରି ଏହି ବାଘଛାଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ବଡସାହି ଥାନା ଯଦୁନାଥପୁର ବନ୍ଧସାହି ଅଞ୍ଚଳର ଭୁବନ ସିଂ ହୋଇଥିବା ସୂଚନା ମିଳିଛି । ଏନେଇ ତନ୍ନତନ୍ନ କରି ତଦନ୍ତ ହେବ ବୋଲି କହିଛନ୍ତି ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନ୍‌ର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡ଼ । ତେବେ ଗୋଟିଏ ପରେ ଗୋଟିଏ ପଶୁ ଶିକାର ବନ ବିଭାଗ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଥିବା ବେଳେ ସ୍ଥାନିୟରେ ଏନେଇ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି।