ଜମ୍ମୁକାଶ୍ମୀରରେ ଆତଙ୍କୀ ହାମଲା, ୪ଦିନରେ ୪ଥର ଆକ୍ରମଣ

ପ୍ରଧାନମନ୍ତ୍ରୀଙ୍କ ଜରୁରୀ ବୈଠକ

ଜମ୍ମୁକାଶ୍ମୀରରେ ଆତଙ୍କୀ ଆକ୍ରମଣକୁ ନେଇ ଆଜି ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ବରିଷ୍ଠ ଅଧିକାରୀ ସାମିଲ ଥିଲେ ।କଠୁଆ, ଡୋଡା ଓ ରିଆସୀ ଅଂଚଳରେ ହୋଇଥିବା ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କୀଙ୍କ ହାତ ଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ଘଂଚ ଜଙ୍ଗଲରେ ଲୁଚି ରହିଥିବା ଆତଙ୍କୀଙ୍କ ତଲାସି ପାଇଁ ଜମ୍ମୁକାଶ୍ମୀର ପୁଲିସ, ସେନା ଓ ସିଆରପିଏଫର ମିଳିତ ଟିମ ଗଠିତ ହୋଇଛି । ସୂଚନା ଅନୁସାରେ ଆତଙ୍କୀଙ୍କୁ କିଛି ସ୍ଥାନୀୟ ଲୋକ ସାହାର୍ଯ୍ୟ କରୁଛନ୍ତି । ଏଭଳି ନକରିବାକୁ ତାଗିଦ କରିଛି ଜମ୍ମୁପୁଲିସ । ଏପରିକି ଯାହାଙ୍କୁ ନିଜ ଘରେ ଭଡା ଦେଉଛନ୍ତି ସେମାନଙ୍କ ବାବଦରେ ସବିଶେଷ ତଥ୍ୟ ପୁଲିସକୁ ଦେବାକୁ କୁହାଯାଇଛି । ନିର୍ବାଚନ ସରିବା ପରେ ୪ଦିନରେ ୪ଥର ଆକ୍ରମଣ ସରକାରଙ୍କ ନିଦ ହଜାଇଛି । ତେଣୁ ଆକ୍ସନମୁଡରେ ଏବେ କେନ୍ଦ୍ର ସରକାର ।