ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଦୁଇ ଜଣ ଯୁବକଙ୍କୁ ହାଣିଲେ

ରାଜଧାନୀରେ ପୁଣି ଆତଙ୍କ, ଫ୍ଲାଗ ମାର୍ଚ୍ଚ କରୁଛି ପୋଲିସ

ରାଜଧାନୀରେ ପୁଣି ଆତଙ୍କ । ମୁହଁରେ ମାସ୍କ, ହାତରେ ମାରଣାସ୍ତ୍ର । ସର୍ବ ସମ୍ମୁଖରେ ଆକ୍ରମଣ । ଲାଇଟ ମରାକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଦୁଇ ଜଣ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୁର୍ବୃତ୍ତ। ଆକ୍ରମଣରେ ସୋନୁ ମହାନ୍ତି ଗୁରୁତର ଆହତ ହୋଇଛନ୍ତି ।ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ଆତଙ୍କ ଖେଳାଇବା ପରେ ଓମ ସାଇ ବିହାର ଆପାର୍ଟମେଣ୍ଟ ଭିତରେ ଲୁଚିଥିଲେ ଦୁର୍ବୃତ୍ତ । ସୂଚନା ପାଇ ଆପାର୍ଟମେଣ୍ଟକୁ ନାକାବନ୍ଦୀ କରି ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି ।ସେମାନଙ୍କୁ ଧରିବାକୁ ତନାଘନା ଜାରି ରହିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଯୋଗୁଁ ଫ୍ଲାଗ ମାର୍ଚ୍ଚ କରୁଛି ପୋଲିସ । ୨୦ ଜଣ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ

Leave a Reply

Your email address will not be published. Required fields are marked *