ପୁରୀରେ ବସ ଧକ୍କାକୁ ନେଇ ଉତ୍ତେଜନା

ପୁରୀରେ ବସ ଧକ୍କାକୁ ନେଇ ଉତ୍ତେଜନା

ପୁରୀରେ ବସ ଧକ୍କାକୁ ନେଇ ଉତ୍ତେଜନା । ନବକଳେବର ରୋଡରେ ବସ ଧକ୍କାରେ ଜଣେ ବୃଦ୍ଧା ଗୁରୁତର ହୋଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ବସକୁ ଦୀର୍ଘ ସମୟ ଧରି ଅଟକାଇଥିଲେ ଉତ୍ତ୍ୟକ୍ତ ଲୋକ। ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ,ଟାଉନ ଥାନା ଆଇଆଇସି,ସିଟି ଡିଏସପି ,ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁତର ମହିଳା ହେଲେ ଅନୁଗୁଳର ଲକ୍ଷ୍ମୀ ମହାରଣା । ସେ ପୁରୀ ନବକଳେବର ରୋଡ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ।ଆଜି ସକାଳୁ ସେ ମାଟିଆପଦା ଛକ ଅଭିମୁଖେ ଯାଉଥିବାବେଳେ ଭୁବନେଶ୍ୱର ଆଡ଼କୁ ଯାଉଥିବା ସରକାରୀ ବସ ତାଙ୍କୁ ଧକ୍କା ଦେଇଥିଲା । ନବକଳେବର୍ ରୁଟରେ ସଂପୂର୍ଣ୍ଣ ବସ ଚଳାଚଳ ବନ୍ଦ , ରାସ୍ତାର ମରାମତି ,ଗୁରୁତର ବୃଦ୍ଧାଙ୍କ ଉପଯୁକ୍ତ ଚିକିତ୍ସା ସହ କ୍ଷତିପୂରଣ ଦାବିରେ ଲୋକମାନେ ରାସ୍ତା ରୋକ୍ କରି ବସିଥିଲେ। CRUT ପକ୍ଷରୁ ବୃଦ୍ଧାଙ୍କ ଚିକିତ୍ସା ପାଇଁ ପ୍ରଥମେ ୫୦ ହଜାର ଓ ପରେ ଆଉ ୫୦ ହଜାର ଟଙ୍କା ତାଙ୍କ ଝିଅଙ୍କ ଆକାଉଣ୍ଟକୁ ପଠାଯାଇଥିଲା । ସେହିପରି ନବକଳେବର୍ ରୋଡର ମରାମତି ପାଇଁ ପ୍ରତିଶ୍ରୁତି ଦିଆଯାଇଛି।

Leave a Reply

Your email address will not be published. Required fields are marked *