ଟେନସନ ବଢାଉଛି ସ୍କ୍ରବ୍ ଟାଇଫସ !

ଗତ ୨୪ ଘଣ୍ଟାରେ ସୁନ୍ଦରଗଡରେ ପୁଣି ୭ ଆକ୍ରାନ୍ତ ଚିହ୍ନଟ !

ରାଜ୍ୟରେ ଏବେ ଟେନସନ ବଢାଉଛି ସ୍କ୍ରବ ଟାଇଫସ। ସୁନ୍ଦରଗଡ ଜିଲ୍ଲାରେ ଏହା ଅସ୍ତବ୍ୟସ୍ତ କରିଥିବା ବେଳେ ଗତ ୨୪ ଘଣ୍ଟାରେ ପୁଣି ୭ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍କ୍ରବ ଟାଇଫସରେ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଥିବା ବେଳେ ସୁନ୍ଦରଗଡ଼ରେ ରୋଗୀଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତା ବଢିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ଆକ୍ରାନ୍ତଙ୍କ ପାଇଁ ମହଜୁଦ ରହିଛି ଔଷଧ, ପ୍ରସ୍ତୁତ ଅଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ। ଲୋକଙ୍କୁ ଜ୍ୱର, ମୁଣ୍ଡ ବିନ୍ଧା ଓ ଛାତି ଦରଜ ହେଉଥିବା ଲକ୍ଷଣ ଦେଖାଯାଉଛି। ଏଥିସହିତ ଲୋକଙ୍କୁ ସଚେତନ କରିବା ପାଇଁ ଆଶା କର୍ମୀ ଓ ANM ମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଖାଲି ସୁନ୍ଦରଗଡ ତାହା ନୁହେଁ ଏହି ପୋକ ଏବେ କେନ୍ଦୁଝରରେ ମଧ୍ୟ ମାତିଛି, ତେଣୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନବ ସହ ପରୀକ୍ଷା କରନ୍ତୁ ଏବଂ ଔଷଧ ଏବନ କରନ୍ତୁ । ଡାକ୍ତରଙ୍କ କହିବ ଅନୁଯାୟୀ ତୁରନ୍ତ ପଦକ୍ଷେପ ଏହାର ଏକମାତ୍ର ସମାଧାନ ।