ଗାଡ଼ି ସାଇଡମରାକୁ କେନ୍ଦ୍ର କରି ଆକ୍ରମଣ

ଭୁବନେଶ୍ବର ଏୟାରପୋର୍ଟ ଥାନାରେ ଉତ୍ତେଜନା

ଗାଡ଼ି ସାଇଡମରାକୁ କେନ୍ଦ୍ର କରି ଆକ୍ରମଣ । ଭୁବନେଶ୍ବର ଏୟାରପୋର୍ଟ ଥାନାରେ ଉତ୍ତେଜନା । ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ଡିସିପିଙ୍କ ପ୍ରୟାସ । ଗାଡି ସାଇଡ ମରାକୁ କେନ୍ଦ୍ରକରି ଜଣେ ଡ୍ରାଇଭରଙ୍କୁ ଆକ୍ରମଣ । ଆକ୍ରମଣରେ ଡ୍ରାଇଭର ଜଣକ ଆହତ ହୋଇଛନ୍ତି । ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏୟାରପୋର୍ଟ ଥାନା ଘେରାଉ କରିଛନ୍ତି ଆନ୍ଦୋଳନକାରୀ ।ସେପଟେ ଆକ୍ରମଣକାରୀଙ୍କୁ ଚିହ୍ନଟ କରି ୧୦ରୁ ଅଧିକଙ୍କୁ ଥାନାରେ ଅଟକ ରଖିଛି ପୋଲିସ। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ନିୟନ୍ତ୍ରଣ ପାଇଁ ଦୁଇ ପ୍ଲାଟୁନ ପୋଲିସ ପୋର୍ସ ମୁତୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *