୪୦ ଡ଼ିଗ୍ରୀ ଛୁଇଁଲା ୫ଜିଲ୍ଲାର ତାତି

ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି

ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଛି। ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଏହି ପ୍ରକାର ତାପମାତ୍ରା ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୫.୦ ଡିଗ୍ରୀ, ଚାନ୍ଦବାଲିରେ ୩୮.୬ ଡିଗ୍ରୀ, କଟକରେ ୩୭.୫ ଡିଗ୍ରୀ, ପାରାଦୀପରେ ୩୨.୩ ଡିଗ୍ରୀ, ଭୁବନେଶ୍ୱରରେ ୩୭.୪ ଡିଗ୍ରୀ, ଗୋପାଳପୁରରେ ୩୧.୨ ଡିଗ୍ରୀ, ପୁରୀରେ ୩୩.୦ ଡିଗ୍ରୀ, ଅନୁଗୋଳରେ ୩୯.୧ ଡିଗ୍ରୀ, ବାରିପଦାରେ ୩୭.୮ ଡିଗ୍ରୀ, ଝାରସୁଗୁଡ଼ାରେ ୩୯.୧ ଡିଗ୍ରୀ, ସମ୍ୱଲପୁରରେ ୩୭.୭ ଡିଗ୍ରୀ, ସୁନ୍ଦରଗଡ଼ର ତାପମାତ୍ରା ୩୮.୨ ଡିଗ୍ରୀ ରେକର୍ଡ କରାଯାଇଛି।