ରାଜ୍ୟରେ ଖସୁଛି ପାରଦ
ରାଜ୍ୟରେ ଖସୁଛି ପାରଦ । ୨ ଦିନ ପରେ ବଢିବ ଶୀତ। ଫୁଲବାଣୀ ରେ ସର୍ବନିମ୍ନ ତାପମାତ୍ରା ୧୩ ଡ଼ିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡି ୧୫ ଡ଼ିଗ୍ରୀ ସେଲସିୟସ ,ଭୁବନେଶ୍ଵର ରେ ୧୮.୫ଡ଼ିଗ୍ରୀ ସେଲସିୟସ ।କଟକରେ ୧୮.୬ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଭୁବନେଶ୍ୱର ଏବଂ କଟକରେ ଗତକାଲି ଅପେକ୍ଷା ଯଥାକ୍ରମେ ୧.୫ ଓ ୧ ଡିଗ୍ରୀ ବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ଅଭ୍ୟନ୍ତରୀଣ ଓ ପାହାଡିଆ ଅଞ୍ଚଳରେ ତଳ ମୁହାଁ ପାରଦ।ଉତ୍ତରା ବାୟୁ ସହିତ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ହ୍ରାସ ଯୋଗୁଁ ୯ ତାରିଖ ବେଳକୁ ପାହାଡିଆ ଅଞ୍ଚଳର କିଛି ସ୍ଥାନରେ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ତାପମାତ୍ରା । ଭୁବନେଶ୍ୱର ଓ କଟକ ସହରରେ ମଧ୍ୟ ଆଗାମୀ ୭୨ ଘଣ୍ଟାରେ ୧୬ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।
