ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା
ଆଜିଠୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ସେହିପରି ପଶ୍ଚିମ ଓଡ଼ିଶାର ତାପମାତ୍ରା ପୁଣି ଉପର ମୁହାଁ ହେବ । ସେହିପରି ୯ ତାରିଖ ବେଳକୁ ସୁନ୍ଦରଗଡ଼଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଫୁଲବାଣୀ, ଟିଟଲାଗଡ଼ ଆଦିର ତାପମାତ୍ରା ୩୯ ଡିଗ୍ରୀ ଛୁଇଁପାରେ । ଅନ୍ୟପକ୍ଷରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପାଗ ଶୁଖିଲା ରହିବ । ଗତକାଲି ବୌଦ୍ଧ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୩୮.୮ ଡିଗ୍ରୀ ରେକର୍ଡ କରାଯାଇଥିଲା ଏବଂ ମାଲକାନଗିରିରେ ୩୭.୫, ଅନୁଗୁଳରେ ୩୭.୧ ଡିଗ୍ରୀ ତାପମାତ୍ରା ରହିଥିଲା । ୧୯୯୧ରୁ ୨୦୨୦ ମସିହାର ତାପମାତ୍ରା ଆଭରେଜ ତୁଳନାରେ ଚଳିତ ବର୍ଷ ଜାନୁଆରୀ ମାସ ସବୁଠାରୁ ଉତ୍ତପ୍ତ ମାସ ରହିଥିବା ନେଇ ବିଶ୍ବ ପାଣିପାଗ ସଂସ୍ଥାନ ସୂଚନା ଦେଇଥିଲା ।