ଆସନ୍ତାକାଲିଠୁ ବଢ଼ିବ ତାତି, ୨ରୁ ୪ ଡିଗ୍ରୀ ବଢ଼ିବ

କାଲିଠୁ ପୁଣି ବଢ଼ିବ ତାତି

ଆସନ୍ତାକାଲିଠୁ ପୁଣି ବଢ଼ିବ ତାତି। ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଏନେଇ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୫ ଦିନ ଯାଏ ହିଟ୍ ୱେଭ ହେବନି, କିନ୍ତୁ ଦୁଇ ଦିନ ଯାଏ କେତେକ ସ୍ଥାନରେ ବର୍ଷା ଘଡ଼ଘଡ଼ି ଓ ପବନ ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।ସେପଟେ ଆସନ୍ତା ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଓ ନିକୋବର ଦ୍ବୀପ ପୁଞ୍ଜ ଛୁଇଁବ ବୋଲି ଆକଳନ କରାଯାଇଛି। ସୂଚନା ଅନୁସାରେ ମେ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁବ। ଏହା କହିଛି ଭୁବନେଶ୍ୱର ପାଣିପାଗ ବିଭାଗ । କେରଳକୁ ମୌସୁମୀ ବାୟୁ ଛୁଇଁବା ପରେ କୁହାଯାଇପାରିବ ଯେ, ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ଏହା କହିଛନ୍ତି ।