୭ ସହରରେ ତାପମାତ୍ରା ୩୭ ଡିଗ୍ରୀ ପାର

ଆସନ୍ତା ୫ ଦିନ ତାତିରୁ ନାହିଁ ନିସ୍ତାର

ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାତି। ୭ ସହରରେ ତାପମାତ୍ରା ୩୭ ଡିଗ୍ରୀ ପାର କରିଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବ ନାହିଁ ନିସ୍ତାର ଗତକାଲି ରେକର୍ଡ  ଅନୁଯାୟୀ  ବୌଦ୍ଧରେ ୩୮.୫, ମାଲକାନଗିରିରେ ୩୮.୪, ଅନୁଗୁଳରେ ୩୭.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଥିଲା ୩୬.୪ ଡିଗ୍ରୀ । ସେହିପରି କଟକରେ ୩୪.୬ ଡିଗ୍ରୀ ରହିଥିଲା ସର୍ବୋଚ୍ଚ ତାପମାତ୍ରା। ଏବେ ଠୁ ଏତେ ତାତିର ପରିମାଣ ବଢିଯାଇଛି ଯେ ଆଗକୁ ଆହୁରି ତାତିର ପରିମାଣ ବଢିବ ବୋଲି ଆଂଚଳିକ ପାଣିପାଗ ବିଭାଗ ଅନୁମାନ କରିଛି , ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର, ପାରଳାଖେମୁଣ୍ଡି, ବୌଦ୍ଧ ସହରର ତାପମାତ୍ରା ୩୮ ଡିଗ୍ରି ଉପରେ ରହିପାରେ । ଭୁବନେଶ୍ବର ବ୍ୟତୀତ ଉପକୂଳର ଅନ୍ୟ ସମସ୍ତ ସହରରେ ପାରଦ ୩୫ ଡିଗ୍ରି ଭିତରେ ରହିବାର ସମ୍ଭାବନା ରହିଛି  । ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ମାର୍ଚ୍ଚ ୬ ଓ ୭ ତାରିଖରେ ସର୍ବୋଚ୍ଚ ତାପମାତ୍ରା ସାମାନ୍ୟ କମିବ ଏବଂ ୮ ତାରିଖଠାରୁ ପୁଣିଥରେ  ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି  ।