ଭିଏନାରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ବୈଷୟିକ ତ୍ରୁଟି
ଭିଏନାରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ଦୁବାଇ ଡାଇଭର୍ଟ କରାଯାଇଛି । AI-154 ବିମାନଟି ୩୫,୦୦୦ ଫୁଟ ଉଚ୍ଚରେ ଥିବା ବେଳେ ପାଇଲଟ ବୈଷୟିକ ତ୍ରୁଟି ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ବିମାନକୁ ଦୁବାଇକୁ ଡାଇଭର୍ଟ କରିଥିଲେ ପାଇଲଟ ।ଖବର ମୁତାବକ, AI-154 ବିମାନଟି ୩୫,୦୦୦ ଫୁଟ ଉଚ୍ଚରେ ଥିବା ବେଳେ ଅଟୋ ପାଇଲଟ୍ ସିଷ୍ଟମ ଫେଲ୍ ହୋଇଯାଇଥିଲା । ଯାହାଫଳରେ ପାଇଲଟ ଜଣକ ବିମାନକୁ ଦୁବାଇକୁ ଡାଇଭର୍ଟ କରିଥିଲେ । ବିମାନଟି ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରିବା ପରେ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା ।ଦୁବାଇରେ ଏୟାର ଇଣ୍ଡିଆ ବିମାନ ଅବତରଣ କରିବା ପରେ ଏୟାରଲାଇନ୍ ଟେକନିକ ଟିମ୍ ତୁରନ୍ତ ଯାଞ୍ଚ ଆରମ୍ଭ କରିଥିଲା । ଟେକ୍ନିକାଲ ଟିମରୁ କ୍ଲିଅରାନ୍ସ ମିଳିବା ପରେ ବିମାନକୁ ପୁଣିଥରେ ଉଡ଼ାଣ ଭରିବାକୁ ଅନୁମତି ମିଳିଥିଲା । ବିମାନଟି ପୁଣିଥରେ ସକାଳ ୮.୪୫ ମିନିଟରେ ଦୁବାଇରୁ ଦିଲ୍ଲୀ ପାଇଁ ଉଡ଼ାଣ ଭରିଥିଲା ।ଏହାପୂର୍ବରୁ ଅମୃତସର ବର୍ମିଂହାମ ଯାଉଥିବା ଏୟାର ଇଣ୍ଡିଆ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା । ବିମାନର ରାମ ଏୟାର ଟର୍ବାଇନ ଆପେ ଆପେ ଆକ୍ଟିଭ ହୋଇଯିବା ପରେ ଜରୁରୀ ଅବତରଣ କରିଥିଲା ।
