ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ବୈଷୟିକ କମିଟି
ନୂଆ ଢ଼ାଞ୍ଚାରେ ଭୁବନେଶ୍ବରରେ ମେଟ୍ରୋ । କେନ୍ଦ୍ର ସରକାରଙ୍କ ସହଯୋଗରେ ହେବ ମେଟ୍ରୋ । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ କମିଟି । ଏହି କମିଟି ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ । ନୂଆ ଟ୍ରାକ ନେଇ କମିଟି ରିପୋର୍ଟ ଦେବ । ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀ ସ୍ତରୀୟ ସବ କମିଟିର ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ହୋଇଛି ।ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍ କମିଟିର ଦ୍ଵିତୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ କମ୍ପ୍ରେହେନସିଭ ମୋବିଲିଟି ଯୋଜନା ତିଆରି ହୋଇଛି । କେଉଁ ଲାଇନରେ ଯିବ, କେଉଁ ଜାଗାରେ ପାର୍କିଙ୍ଗ ଅଞ୍ଚଳ ହେବ, ସେନେଇ ଟେକ୍ନିକାଲ କମିଟି ରିପୋର୍ଟ ଦେବ । ସାଧାରଣ ଲୋକଙ୍କ ମତାମତ ନିଆଯିବ ।
