ବାଂଲାଦେଶରେ ତାରିକ୍ ସରକାର

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ

ବିଏନପି ମୁଖ୍ୟ ତାରିକ୍ ରେହମାନ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାରିକଙ୍କ ଶପଥ ଉତ୍ସବରେ ୧୩ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି । ଭାରତ ତରଫରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଲୋକସଭା ସ୍ପିକର ଓମ ବିରଲା ଢାକା ପହଞ୍ଚିଛନ୍ତି । ଶପଥ ଗ୍ରହଣ ଉତ୍ସବ ସଂସଦ ପରିସରର ସାଉଥ ପ୍ଲାଜାରେ ଆୟୋଜିତ କରାଯାଇଛି ।ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ସେ ଆରମ୍ଭ କରିବେ ନୂଆ ଇନିଂସ । ବିଏନପି ଅଧ୍ୟକ୍ଷ ତାରିଖ ରହମାନଙ୍କୁ ସଂସଦୀୟ ଦଳର ନେତା ଭାବେ ଚୟନ କରାଯାଇଛି । ତାରିଖଙ୍କ ସହିତ ୨୯୮ ସାଂସଦ ମଧ୍ୟ ଶପଥ ନେଇଛନ୍ତି । ଏହାପୂର୍ବରୁ ସୋମବାର ଅନ୍ତରୀଣ ସରକାରର ପରାମର୍ଶଦାତା ମହମ୍ମଦ ୟୁନୁସ ଇସ୍ତଫା ଦେଇଥିଲେ ।

Leave a Reply

Your email address will not be published. Required fields are marked *