କଂଗ୍ରେସର ସବୁ ବିଧାୟକ ନିଲମ୍ବିତ

ତାରାପ୍ରସାଦ ବାହିନୀପତି ଓ ରମେଶ ଜେନା ନିଲମ୍ବିତ

ବିଧାନସଭାରେ ଲଗାତାର ବିଶୃଙ୍ଖଳା ପାଇଁ ବାଚସ୍ପତିଙ୍କ ଆକ୍ସନ। ଗତକାଲି କଂଗ୍ରେସର ୧୨ ବିଧାୟକଙ୍କୁ ସସପେଣ୍ଡ କରିଥିବା ବେଳେ ଆଜି ୨ ଜଣ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି। କଂଗ୍ରେସ ବିଧାୟକ ତାରା ବାହିନୀ ପତି ଓ ରମେଶ ଜେନାଙ୍କୁ ୭ ଦିନ ପାଇଁ ସସପେଣ୍ଡ କରିଛନ୍ତି ବାଚସ୍ପତି। ତାରା ଓ ରମେଶଙ୍କୁ ଆସନ୍ତା ୭ଟି କାର୍ଯ୍ୟ ଦିବସ ଲାଗି ନିଲମ୍ବନ କରାଯାଇଛି।  ତାରା ଓ ରମେଶଙ୍କ ପରେ କଂଗ୍ରେସର ସବୁ ବିଧାୟକ ଆର୍ଥାତ ୧୪ ଜଣ ବିଧାୟକ ସସ୍‌ପେଣ୍ଡ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି ବିଧାନସଭାରେ ଲଗାତାର ଚରମ ବିଶୃଙ୍ଖଳା ପାଇଁ ୧୨ ଜଣ ବିଧାୟକଙ୍କୁ ସସପେଣ୍ଡ କରିଥିଲେ। ସେଥିରୁ ବାଦ ପଡ଼ିଥିଲେ ତାରା ଓ ରମେଶ। କଂଗ୍ରେସର ନିଲମ୍ବନ ବିଧାୟକ ବିଧାନସଭାକୁ ଯାଇନଥିବା ବେଳେ ତାରା ଓ ରମେଶ ବିଧାନସଭା ଭିତରକୁ ଯାଇଥିଲେ। ବିଧାନସଭାରେ ପ୍ରଶ୍ନକାଳ ଚାଲିଥିବାବେଳେ ଉଭୟ ଭିତରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ। ବାଚସ୍ପତି ଉଭୟଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ସସପେଣ୍ଡ କରିଛନ୍ତି।