ତାମିଲନାଡୁ ଦଳାଚକଟା ଘଟଣା

ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

କରୁର ଦଳାଚକଟାରେ ମୃତ୍ୟୁବରଣ କରିଥିବା ୩୯ଜଣଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ଏକ୍ସ ପୋଷ୍ଟ ମାଧ୍ୟମରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଦୁଃଖଦ ଘଟଣାରେ ଆହତ ହୋଇଥିବା ପ୍ରତ୍ୟେକ ଲୋକଙ୍କୁ ୫୦ହଜାର ଟଙ୍କା ସହାୟତା ଦେବେ ବୋଲି ମଧ୍ୟ ଘୋଷଣା କରିଛନ୍ତି।ଏକ୍ସ ପୋଷ୍ଟ ସେୟାର କରି ପିଏମଓ ପକ୍ଷରୁ କୁହାଯାଇଛି ଯେ, “ତାମିଲନାଡୁର କରୁରରେ ଏକ ରାଜନୈତିକ ରାଲିରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମଏନଆରଏଫରୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ।”