ତାମିଲନାଡୁରେ ପୁଣି ଭାଷା ବିବାଦ

ରାଜ୍ୟ ବଜେଟ୍‌ରେ ଟଙ୍କାଚିହ୍ନ (₹) ବଦଳାଇ ବିବାଦରେ ତାମିଲନାଡ଼ୁ ସରକାର

ଭାଷା ବିବାଦ ମଧ୍ୟରେ ତାମିଲନାଡୁର ଷ୍ଟାଲିନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ରାଜ୍ୟ ବଜେଟରୁ ‘₹’ ଚିହ୍ନକୁ ହଟାଇ ଦେଇଛନ୍ତି । ଏହା ବଦଳରେ ସେହି ସ୍ଥାନରେ ତାମିଲ ଶବ୍ଦ ‘ரூ’କୁ ରଖାଯାଇଛି । ସୂଚନା ଅନୁଯାୟୀ, ପୂରା ଦେଶର କାରବାରରେ ରୂପି ବା ‘₹’ ଚିହ୍ନକୁ ବ୍ୟବହାର କରାଯାଉଛି । ଏହି ‘₹’ ଚିହ୍ନ ବଜେଟର ପ୍ରତୀକ ବୋଲି କୁହାଯାଏ । ମାତ୍ର ତାମିଲନାଡ଼ୁ ସରକାର ଏହାକୁ ବଜେଟ୍ ବୁକ୍‌ରୁ ରିପ୍ଲେସ୍ କରି ଦେଇଛନ୍ତି । ଏହି ଚିହ୍ନ ବଦଳରେ ଯେଉଁ ଚିହ୍ନକୁ ରଖାଯାଇଛି, ତାହା ତାମିଲ୍ ଅକ୍ଷର ‘ରୁ’ । ପ୍ରଥମ ଥର ପାଇଁ କୌଣସି ରାଜ୍ୟ ସରକାର ନିଜ ବଜେଟରୁ ‘₹’ ଚିହ୍ନକୁ ହଟାଇ ଦେଇଛି । ‘₹’ ଚିହ୍ନକୁ ଡିଏମରେ ପାର୍ଟିର ନେତା ଉଦୟ କୁମାର ଧର୍ମାଲିଙ୍ଗମ୍ ଡିଜାଇନ୍ କରିଥିଲେ । ସେ ଏନ୍ ଧର୍ମାଲିଙ୍ଗମଙ୍କ ପୁଅ ଅଟନ୍ତି । ୨୦୧୦ରେ ବଜେଟ ସମୟରେ ରୁପି ଚିହ୍ନର ଡିଜାଇନ୍ କରିବା ପରେ ଏହାକୁ ୟୁପିଏ ସରକାର ସରକାରୀ ଭାବେ ଗ୍ରହଣ କରିଥିଲେ । ହେଲେ ବର୍ତ୍ତମାନ ଉଦୟ କୁମାର ଧର୍ମାଲିଙ୍ଗମଙ୍କ ଡିଏମକେ ପାର୍ଟି ନିଜ ବଜେଟରୁ ଏହି ଚିହ୍ନକୁ ହଟାଇ ଦେଇଛି ।ସୂଚନାଯୋଗ୍ୟ, ତାମିଲନାଡୁ ସରକାର ହିନ୍ଦୀ ଭାଷାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରୁ ତୁତୁ ମେମେ ଜାରି ରହିଛି । ତାମିଲନାଡୁରେ ହିନ୍ଦୀ ଭାଷାକୁ ଘୋର୍ ବିରୋଧ କରାଯାଉଛି।