ଡି-ଲିମିଟେସନ୍‌ ବୈଠକରେ ଯୋଗଦେବେ ନବୀନ ପଟ୍ଟନାୟକ

ଡି-ଲିମିଟେସନ୍‌ ବୈଠକ, ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇରେ ହେବ ଡିଲିମିଟେସନ୍‌ର ସ୍ୱତନ୍ତ୍ର ବୈଠକ । ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ  ଡିଲିମିଟେସନର ସ୍ୱତନ୍ତ୍ର ବୈଠକ । କ୍ଷତିଗ୍ରସ୍ତ ହୋଇଥିବା ୭, ୮ ରାଜ୍ୟ ବୈଠକରେ ସାମିଲ ହେବେ । ଏହି ସ୍ୱତନ୍ତ୍ର ବୈଠକୁ ବିଜେଡି ସମର୍ଥନ ଜଣାଇଛି । ଡିଲିମିଟେସନ୍‌ର ସ୍ୱତନ୍ତ୍ର ବୈଠକ ପରେ ଓଡିଶାରେ ୨୧ ବଦଳରେ ୨୮ ହେବ ଆସନ ! ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ କହୁଛି, ୨୦୨୬ ପୁନଃ ସୀମାନିର୍ଦ୍ଧାରଣ ସହିତ ବଢିବ ଦେଶର ସାଂସଦଙ୍କ ସଂଖ୍ୟା । ଲୋକସଭା ଆସନ ବଢି ୮୪୮ କୁ ଛୁଇଁପାରେ । ଏହି କ୍ରମରେ ଓଡ଼ିଶା ଲୋକସଭା ଆସନ ସଂଖ୍ୟା ୨୧ରୁ  ୨୮କୁ ବଢିପାରେ । ତେବେ ଏହାରି ଭିତରେ ସବୁଠୁ ଅଧିକ ଆସନ ହେବ ଉତ୍ତରପ୍ରଦେଶର, ଏହାପରେ  ମହାରାଷ୍ଟ୍ର, ତାମିଲନାଡୁ ଓ ବିହାର ରହିପାରେ । ସେହିଭଳି ଆନ୍ଧ୍ର ଓ ତେଲେଙ୍ଗାନାରେ ୫୪, ପଶ୍ଚିମବଙ୍ଗରେ  ଲୋକସଭା ଆସନ ସଂଖ୍ୟା ୬୦ ହୋଇପାରେ ।ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାରେ ବଡ ବାଧକ ଜନଗଣନା । ଏଯାଏଁ କେନ୍ଦ୍ର ଏହି ପ୍ରକ୍ରିୟା ଆରମ୍ଭ କରିନି । ଯଦି ୨୦୨୬ରେ ଜନଗଣନା ହୁଏ ତେବେ ଲୋକସଭା ସହିତ ଅନୂରୁପ ହାରରେ ବିଧାନସଭା ସିଟ୍‌ ମଧ୍ୟ ବଢିବ । ଓଡିଶା ବିଧାନସଭା ଆସନ ସଂଖ୍ୟା ୧୯୬ ଛୁଇଁପାରେ । ଆହୁରି ସ୍ପଷ୍ଟ ଭାବେ କହିବାକୁ  ଗଲେ, ଏସବୁ କାର୍ଯ୍ୟକାରୀ କରାଗଲେ ଆହୁରି ଅଧିକ ୪୯ ବିଧାୟକଙ୍କୁ ଓଡିଶା ନିର୍ବାଚିତ କରିବ । ତେଣୁ ପ୍ରଶ୍ନ ଉଠୁଛି, ବର୍ତ୍ତମାନ ବିଧାନସଭାରେ ଏତେ ଅଧିକ ବିଧାୟକ ବସିବାକୁ ସ୍ଥାନ ଅଛି ତ ? ବିଧାନସଭା ଆକାର ବଢ଼ାଇବା ପାଇଁ ଚିନ୍ତା କଲେଣି କି ସରକାର ?୧୯୭୭ ମସିହା ପରେ ଦେଶରେ ଲୋକସଭା ଆସନ ସଂଖ୍ୟା ବଢିନି । ଯଦିଓ ଓଡିଶାରେ ୨୦୦୯ରେ ନିର୍ବାଚନ ପୂର୍ବରୁ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ ଆଂଶିକ କରାଯାଇଛି । ତେଣୁ ଏବେଠୁ ରାଜନୈତିକ ଚର୍ଚ୍ଚା ହେଲାଣି, କେଉଁ ନିର୍ବାଚନ ମଣ୍ଡଳୀ ଭାଙ୍ଗିବ ଓ କେଉଁ ନୂଆ ଆସନ ଜନ୍ମ ନେବ ? ଏହାକୁ ନେଇ ଡିଲିମିଟେସନ ବୈଠକ କରାଯାଉଛି ।