ଘର୍ଘରନାଦ କରି ମାଡ଼ିଚାଲିଛି ନନ୍ଦିଘୋଷ

ଶରଧାବାଲିରେ ତାଳଧ୍ବଜ, ଦର୍ପଦଳନ

ଶରଧାବାଲିରେ ପହଞ୍ଚିଛନ୍ତି ବଡବାଡସାମନ୍ତ ବଡଠାକୁର ଶ୍ରୀବଳଦେବ ଗୋସାଇଁ । ତାଙ୍କ ପଛେ ପଛେ ଘର୍ଘରନାଦ କରି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ମଧ୍ୟ ଶରଧାବାଲିରେ ପହଞ୍ଚିଛି। ତାଙ୍କ ପଛରେ ରହି ରହି ଗୁଣ୍ଡିଚା ମନ୍ଦିିର ଅଭିମୁଖେ ଆସୁଛନ୍ତି ବ୍ରହ୍ମାଣ୍ଡଗୋସାଇଁ କାଳିଆ ଠାକୁର । ଏହାପରେ ବିଭିନ୍ନ ନୀତିକାନ୍ତି ପୁନର୍ବାର ଆରମ୍ଭ ହୋଇ ଚତୁର୍ଦ୍ଧାମୂରତିଙ୍କୁ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରାଯିବ । ତେବେ ଆଜି ମଧ୍ୟ ଦ୍ୱିତୀୟ ଦିନରେ ପୁରା ବଡଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଛି । ପୁରା ପରିବେଶ ଆଜି ଜଗନ୍ନାଥମୟ ହୋଇଉଠିଛି । ଆକାଶ, ପବନ , ଗଗନ ସମସ୍ତେ ଏକାଠି ହୋଇଛନ୍ତି ।