ବାରବାଟୀରେ ଡିସେମ୍ବର ୯ରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା

ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ

ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ । ଡିସେମ୍ବର ୯ ତାରିଖରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ୫ ମ୍ୟାଚ ବିଶିଷ୍ଟ ସିରିଜରେ କଟକରେ ହେବ ପ୍ରଥମ ମୁକାବିଲା । କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବାରବାଟୀକୁ ମିଳିଲା ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ । ଟି-୨୦ ମ୍ୟାଚ୍ ହେବା ନେଇ ଖବର ମିଳିବା ପରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଡିସେମ୍ୱର ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍‌ । ଏହି ଖବର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଆଣିଦେଇଛି । ଗତ ଜାନୁଆରୀ ମାସରେ ଭାରତ- ଇଂଲଣ୍ଡ ଦିନିକିଆ ହାଇସ୍କୋରିଂ ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଥିଲା । ଏହାପରେ ଆସନ୍ତା ଡିସେମ୍ୱର ମାସରେ ଆଉ ଏକ ମ୍ୟାଚ୍‌ ହେବା ନେଇ କ୍ରୀଡ଼ାପ୍ରେମୀଙ୍କ ଖୁସିକୁ ଦୁଇଗୁଣ କରିଛି । ତେବେ ଗତ ମ୍ୟାଚରେ ଲାଇଟ୍ ଲିଭିବା ଭଳି ତ୍ରୃଟିର ଯେମିତି ପୁନରାବୃତ୍ତି ନହୁଏ, ସେଥିପ୍ରତି ଓସିଏ ଦୃଷ୍ଟି ଦେବ।