ଚୋରା ସୁନା ବିସ୍କୁଟ ଜବତ
ଭୁବନେଶ୍ବରରୁ ବିପୁଳ ପରିମାଣର ଚୋରା ସୁନା ବିସ୍କୁଟ ଜବତ । ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ବା ଡିଆରଆଇ ଜଣେ ବ୍ୟବସାୟୀଙ୍କ ଘରୁ ପ୍ରାୟ ଅଢ଼େଇ କୋଟି ଟଙ୍କାର ସୁନା ବିସ୍କୁଟ ଜବତ କରିଛି । ଜବତ ସୁନା ୨୪ କ୍ୟାରେଟ୍ ହୋଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଜବତ ସୁନାରୁ ଅଧିକାଂଶ ସୁଇଜରଲାଣ୍ଡର ହୋଇଥିବା ବେଳେ ସିଙ୍ଗାପୁର, ଦୁବାଇର ମଧ୍ୟ ରହିଥିବା ଜଣାପଡ଼ିଛି । ଗିରଫ ବ୍ୟବସାୟୀଙ୍କ ଘର ସମେତ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଆଦି ଏକାଧିକ ସ୍ଥାନରେ ଡିଆରଆଇ ପକ୍ଷରୁ ଚଢ଼ଉ କରାଯାଇଛି । ବ୍ୟବସାୟୀଙ୍କୁ ଗିରଫ ପରେ ଜେଲ୍ ପଠାଇ ଦିଆଯାଇଥିବା ଡିଆରଆଇ ପକ୍ଷରୁ ସୂଚନା ଦିଆଯାଇଛି । ବ୍ୟବସାୟୀଙ୍କ ବିରୋଧରେ କଷ୍ଟମ ଆଇନ-୧୯୬୨ରେ ମାମଲା ରୁଜୁ ହୋଇଛି । ଏହା ପଛରେ ଏକ ବଡ଼ଧରଣର ରାକେଟ୍ କାମ କରୁଥିବା ଡିଆରଆଇ ଜାଣିବାକୁ ପାଇଛି। ରାକେଟର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିବାରୁ ବ୍ୟବସାୟୀଙ୍କ ନାଁ, ଗିରଫ କରାଯାଇଥିବା ସ୍ଥାନ ସବୁ କିଛି ଗୋପନ ରଖାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ଡିଆରଆଇ ପକ୍ଷରୁ ସୂଚନା ଦିଆଯାଇଛି।