ଯବାନଙ୍କ ସନ୍ଦେହଜନକ ମୃତ୍ୟୁ !

ତ୍ରିପୁରାରେ ଓଡ଼ିଆ ଯବାନଙ୍କ ମୃତ୍ୟୁ!

ତ୍ରିପୁରାରେ ସୀମାରେ ଓଡ଼ିଆ ଯବାନଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତ ଯବାନଙ୍କ ନାଁ ଈଶ୍ୱର ଦୋରା ହୋଇଥିବା ବେଳେ ଈଶ୍ୱରଙ୍କ ମୃତ୍ୟୁ ନେଇ ତାଙ୍କ ବଡ଼ ଭାଇ କୈଳାସ ଦୋରା ସୂଚନା ଦେଇଛନ୍ତି।ଈଶ୍ୱରଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗାଁରେ। ସେ ୨୦୦୯ ମସିହାରେ ବିଏସ୍‌ଏଫ୍‌ରେ ଯୋଗ ଦେଇଥିଲେ। ତ୍ରିପୁରାରେ କାର୍ଯ୍ୟରତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି ।

ତେବେ ସୂଚନା ଅନୁସାରେ ଡ୍ୟୁଟିରେ ଥିବା ସମୟରେ ଗାଡି ଦୁର୍ଘଟଣାରେ ଓଡ଼ିଆ ଯବାନ ସହୀଦ ହୋଇଛି। ତେବେ ସେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ସମୟ ହେଲା ବିଏସଏଫରେ କାର୍ଯ୍ୟରତ ଥିଲେ । ରାଜସ୍ତାନରେ ନିଯୁକ୍ତ ହୋଇ ସେ ତ୍ରିପୁରାକୁ ଡେପୁଟେସନରେ ଯାଇଥିଲେ। ଏହି ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ପରିବାର ଲୋକଙ୍କ ସମେତ ଯବାନଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି।