ଦୁଇ ମାସରେ ସରିବ ଆବାସ ସର୍ଭେ: ମନ୍ତ୍ରୀ

‘ଦୁଇ ମାସରେ ସରିବ ଆବାସ ସର୍ଭେ’

ଦୁଇ ମାସରେ ସରିବ ଆବାସ ସର୍ଭେ ।ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି । ଗ୍ରାମ ସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି । ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି । ଯେଉଁମାନେ ବି ଆବାସ ପାଇବାରୁ ବାଦ ପଡ଼ିଛନ୍ତି । କାହାକୁ ବାଦ ଦିଆଯିବ ନାହିଁ । ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଅଛି ।ବିଭାଗର ଟ୍ରେନର ମାନେ ଗାଁ ଗାଁରେ ଲୋକଙ୍କୁ ଡାକି ସଚେତନ କରୁଛନ୍ତି । ଯିଏ ବଞ୍ଚିତ ହୋଇଛନ୍ତି, ଗରିବ ଅଛନ୍ତି, ବଞ୍ଚିତ ଅଛନ୍ତି, ସେମାନଙ୍କୁ ସାମିଲ କରାଯାଉଛି । ପୂର୍ବ ସରକାରରେ ଆକ୍ରୋଶ ମୂଳକ ଭାବେ ରାଜନୈତିକ ଅଭିସନ୍ଧି ରଖି ଗରିବ ମାନଙ୍କୁ ଆବାସ ତାଲିକାରୁ କାଟି ଦିଆଯାଉଥିଲା । ସର୍ଭେକୁ ବିଭାଗ ଅଧିକ ଗୁରୁତ୍ଵ ଦେଉଛି । ମନ୍ତ୍ରୀ ମାନେ ଜିଲ୍ଲା ଗସ୍ତ ସମୟରେ ଆବାସ ସର୍ଭେର ସମୀକ୍ଷା କରୁଛନ୍ତି । ଦିଲ୍ଲୀ ଗସ୍ତ ସମୟରେ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆବାସ ବାବଦରେ ଆଲୋଚନା କରିବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ।

Leave a Reply

Your email address will not be published. Required fields are marked *