ଆଜିଠୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ

ଆଜିଠୁ ଆରମ୍ଭ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ

ଆଜିଠୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ । ପୁରୀ ଜିଲ୍ଲା ଯସୁଆପୁର ପଞ୍ଚାୟତ ଅର୍ଜୁନସିଂପୁର ଗାଁରୁ ଆରମ୍ଭ ହେବ ସର୍ଭେ । ନୂତନ ହିତାଧିକାରୀ ଚୟନ ପାଇଁ ସର୍ଭେ କରାଯିବ । ମାସିବ ୧୫ହଜାର ଆୟକାରୀ ଆବେଦନ କରିପାରିବେ । ବାପାଠୁ ଭିନ୍ନ ହୋଇଥିବା ପୁଅ, ସ୍ୱାମୀଠୁ ଅଲଗା ହୋଇଥିବା ମହିଳା ଆବେଦନ କରିପାରିବେ । ଅନଲାଇନ ଓ ପଞ୍ଚାୟତ ଅଫିସରେ ହେବ ଆବେଦନ । ବାଇକ ଓ ଫ୍ରିଜ ଥିଲେ ବି କରିପାରିବେ ଆବେଦନ । ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ପୁଣି ଆବେଦନ କରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ କାର୍ୟ୍ୟର ରାଜ୍ୟ ସ୍ତରୀୟ ଶୁଭାରମ୍ଭ କରାଯିବ । ଏହି ଉପଲକ୍ଷେ ଡେଲାଙ୍ଗ ପିପିଲିର ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ପୌରହିତ୍ୟରେ ଗୋଟିଏ ସାଧାରଣ ଜନସଭା ଆୟୋଜିତ ହେବ । ଏଥିରେ ପଞ୍ଚାୟତରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଓ ଜିଲ୍ଲାର ଅନ୍ୟ ବିଧାୟକ ମାନେ ଯୋଗ ଦେବେ। ଆଜି ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରାଯିବ । ସର୍ଭେ ଦେଢରୁ ଦୁଇମାସ ଚାଲିବ । ଏହାପରେ ଲୋକଙ୍କୁ ଘର ମିଳିବ । ଏଥିପାଇଁ ପଂଚାୟତିରାଜ ବିଭାଗ ପୁରା ପ୍ରସ୍ତୁତ ଅଛି । କେନ୍ଦ୍ର ସରକାର ଆବାସ ସଂଖ୍ୟା ୨ କୋଟିରୁ ୩ କୋଟିକୁ ବଢାଇଛନ୍ତି ।