ଦଳକୁ ଫେରି ଭାବବିହ୍ବଳ ହେଲେ ସୁର

କଂଗ୍ରେସକୁ ଫେରିଲେ ସୁର ରାଉତରାୟ

କଂଗ୍ରେସକୁ ଫେରିଲେ ସୁର ରାଉତରାୟ। ଦଳକୁ ଫେରି ଭାବବିହ୍ବଳ ହୋଇପଡ଼ିଲେ। ନିଜ ପ୍ରତିକ୍ରିୟା ରଖିଲା ବେଳେ କାନ୍ଦିପକାଇଥିଲେ। ୯ ମାସ ପରେ ଦଳକୁ ଫେରିଛନ୍ତି ସୁର। ଦଳକୁ ଫେରିବା ପରେ ରାହୁଲ ଗାନ୍ଧୀ ଓ ଭକ୍ତ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୁର ରାଉତରାୟ କହିଛନ୍ତି, ଘରକୁ ଫେରିଛି ବହୁତ ଖୁସି । ମୋତେ ଅନ୍ୟାରେ କାଢି ଦିଆଯାଇଥିଲା । କଂଗ୍ରେସ ଭବନ ମୋ ମନ୍ଦିର, ଏଠି ନେହେରୁଙ୍କୁ ମୁଁ ପୂଜା କରୁଥିଲି । ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସକୁ ଆମେ ଏକାଠି କରିବା । ରାହୁଲ ଗାନ୍ଧୀଙ୍କୁ ଆଗରେ ରଖି ଆମେ ମାଡି ଚାଲିବା । ଭକ୍ତ ଦାସଙ୍କୁ ପିସିସି କରି ବହୁତ ଭଲ କାମ କରିଛି ଏଆଇସିସି । ୯ ମାସ ଯନ୍ତ୍ରଣା ଭୋଗିଛି । ହେଲେ ସଂଗଠନ କେବେ ଛାଡିନି । ଲୋକ ସମ୍ପର୍କ ରହିଛି ରହିବ । ସେହିପରି ବଡ ପୁଅ ସାନପୁଅଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ସୁର ।