ବିରୋଧୀ ଅନାସ୍ଥା ଆଣିଲେ ନିଜେ କ୍ଷତାକ୍ତ ହେବେ

କଂଗ୍ରେସର ଅନାସ୍ଥା ଆହ୍ଵାନକୁ ସୁରେଶ ପୂଜାରୀଙ୍କ ଚ୍ୟାଲେଞ୍ଜ

କଂଗ୍ରେସର ଅନାସ୍ଥା ଆହ୍ଵାନକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବିରୋଧୀ ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ ବୋଲି ସେ କହିଛନ୍ତି । ବିରୋଧୀଙ୍କ ଅଧିକାର ଅଛି ସେମାନେ ଅନାସ୍ଥା ଆଣି ପାରିବେ । କିନ୍ତୁ ଟିକେ ହୋମ ୱାର୍କ କରିକି ଆସନ୍ତୁ ବୋଲି ସେ କହିଛନ୍ତି । ବିଜେଡି ଓ କଂଗ୍ରେସ ୪୦ ବର୍ଷର ହିସାବ ନେଇ କି ଆସନ୍ତୁ ।  ଆମେ ଗୋଟିଏ ବର୍ଷର ହିସାବ ଦେବୁ ବୋଲି କହିଛନ୍ତି ସୁରେଶ ପୂଜାରୀ।