‘ମୁଁ ମଲା ଯାଏ କଂଗ୍ରେସରେ ରହିବି’

ଭୁବନେଶ୍ୱରରେ ପ୍ରଚାର କରିବି ନାହିଁ: ସୁର ରାଉତରାୟ

ଭୁବନେଶ୍ୱରର କୌଣସି ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପାଇଁ ପ୍ରଚାର କରିବେ ନାହିଁ ସୁରେଶ ରାଉତରାୟ । ଯେହେତୁ ସାନ ପୁଅ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ହୋଇଛନ୍ତି ତେଣୁ ସେ ଭୁବନେଶ୍ୱରରେ କଂଗ୍ରେସ ପାଇଁ ପ୍ରଚାର କରିବେନି । ସେ କହିଛନ୍ତି ପୂରା ଓଡ଼ିଶାରେ ପ୍ରଚାର କରିବି କିନ୍ତୁ ଭୁବନେଶ୍ୱରରେ ନୁହେଁ । କଂଗ୍ରେସର କାରଣ ଦର୍ଶାଅ ନୋଟିସର ଉତ୍ତର ଦେଇ ସେ କହିଛନ୍ତି, ‘ମୁଁ ମଲା ଯାଏ କଂଗ୍ରେସରେ ରହିବି’। ଦୁଇ ଦିନ ଭିତରେ କଂଗ୍ରେସ ବାକି ବିଧାନସଭା ଓ ଲୋକସଭା ଆସନ ପାଇଁ ଟିକେଟ ଘୋଷଣା କରିବ । ଅଧିକ ମହିଳାଙ୍କୁ ଟିକେଟ ଦେବା ପାଇଁ ମୁଁ ପିସିସି ସଭାପତିଙ୍କୁ ପ୍ରସ୍ତାବ ଦେଇଛି ବୋଲି ସୁରେଶ ରାଉତରାୟ କହିଛନ୍ତି ।