ୟୁଜିସିର ନୂଆ ନିୟମ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ୟୁଜିସିର ନୂଆ ନିୟମ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍, ମାର୍ଚ୍ଚ୧୯ରେ ମାମଲାର ଆଗାମୀ ଶୁଣାଣି

ୟୁଜିସିର ନୂଆ ନିୟମ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ । ପରବର୍ତ୍ତୀ ଆଦେଶ ଯାଏଁ ୟୁଜିସିର ନୂଆ ନିୟମ ଉପରେ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମାର୍ଚ୍ଚ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ‘ୟୁଜିସି ନିୟମାବଳୀ, ୨୦୨୬’ କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ୟୁଜିସି ନୂଆ ନିୟମଗୁଡ଼ିକ ପ୍ରାଥମିକ ଦୃଷ୍ଟିରୁ “ଅସ୍ପଷ୍ଟ” ଓ ଏହାର “ଅପବ୍ୟବହାର ହେବାର ସମ୍ଭାବନା” ଥିବା ସୁପ୍ରିମକୋର୍ଟ କହିଛନ୍ତି । ଶିକ୍ଷାନୁଷ୍ଠାନରେ ମୁକ୍ତ, ସମାନ ଓ ସମାବେଶୀ ବାତାବରଣ” ରହୁ ବୋଲି କୋର୍ଟ ଚାହୁଁଛନ୍ତି । କୋର୍ଟ କହିଛନ୍ତି ଯେ, UGC ର ଏହି ନୂଆ ନିୟମ ସମାଜକୁ ବିଭାଜିତ କରିବାର ସାମର୍ଥ୍ୟ ରଖୁଛି । ବର୍ତ୍ତମାନ ପାଇଁ ୨୦୨୬ ନିୟମ ପରିବର୍ତ୍ତେ ପୂର୍ବରୁ ଥିବା ୨୦୧୨ ନିୟମାବଳୀ ଅନୁଯାୟୀ କାର୍ଯ୍ୟ ଜାରି ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଦେଶର କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଜାତିଗତ ଭେଦଭାବ ରୋକିବା ପାଇଁ ଏକ ନୂଆ ନିୟମାବଳୀ ଆଣିଛନ୍ତି । UGC ର ନୂଆ ‘ଉଚ୍ଚଶିକ୍ଷା ଅନୁଷ୍ଠାନରେ ସମାନତା ପ୍ରୋତ୍ସାହନ ନିୟମାବଳୀ ୨୦୨୬’ କୁ ନେଇ ବିରୋଧ ହେଉଛି । ଜାତି, ଧର୍ମ, ଲିଙ୍ଗ ଏବଂ ଭିନ୍ନକ୍ଷମଙ୍କ ପ୍ରତି ହେଉଥିବା ଭେଦଭାବ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ । କମିଟିଗୁଡ଼ିକରେ SC/ST/OBC, ମହିଳା ଏବଂ ଭିନ୍ନକ୍ଷମ ସଦସ୍ୟ ରହିବା ବାଧ୍ୟତାମୂଳକ । ନିୟମ ନ ମାନିଲେ କଲେଜର ଅନୁଦାନ ବନ୍ଦ ହେବ ଏବଂ ଡିଗ୍ରୀର ମାନ୍ୟତା ରଦ୍ଦ ହୋଇପାରେ । ତେବେ ଏହି ମାମଲାରେ କେନ୍ଦ୍ର ସରକାର ଓ ୟୁଜିସିଙ୍କୁ ନୋଟିସ୍ ଜାରି କରିଛନ୍ତି । ମାର୍ଚ୍ଚ ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Leave a Reply

Your email address will not be published. Required fields are marked *