ସୁପ୍ରିମକୋର୍ଟରେ ବୁଲା କୁକୁରଙ୍କ ଭାଗ୍ୟ

ବୁଲା କୁକୁରଙ୍କୁ ହଟାଇବା ମାମଲା, ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ଦିଲ୍ଲୀ ବୁଲା କୁକୁର ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ୩ ଜଣିଆ ଖଣ୍ଡପୀଠ । ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହଟ୍ଟା ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି କରିଛନ୍ତି । ଏବେ କୌଣସି ଆଦେଶ ଦେବୁନି ବୋଲି କୋର୍ଟ କହିଛନ୍ତି । ଏଥିସହ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ଖଣ୍ଡପୀଠ । କୁକୁର କାମୁଡ଼ା ରୋକିବାରେ ବିଫଳତା ଯୋଗୁଁ ବର୍ଷିଛନ୍ତି । ଖଣ୍ଡପୀଠ କହିଛନ୍ତି, ପାର୍ଲ୍ୟାମେଣ୍ଟ ଆଇନ ପ୍ରଣୟନ କରୁଛି । କିନ୍ତୁ ସ୍ଥାନୀୟ କର୍ତ୍ତୃପକ୍ଷ ତାର କାର୍ଯ୍ୟକାରୀ କରୁ ନାହାନ୍ତି । ସୋମବାର ଦିଲ୍ଲୀ -ଏନସିଆରର ସମସ୍ତ ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ ।ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, କୁକୁରଙ୍କ ଆକ୍ରମଣରେ ପିଲାଙ୍କ ମୃତ୍ୟୁ ହେଉଛି । ବନ୍ଧ୍ୟାକରଣ କରାଗଲେ ବି କୁକୁର କାମୁଡ଼ା ଘଟଣା କମୁନାହିଁ । ଦେଶବ୍ୟାପୀ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି । କେହି ପଶୁଙ୍କୁ ଘୃଣା କରନ୍ତି ନାହିଁ, କିନ୍ତୁ ସୁରକ୍ଷା ଜରୁରୀ ବୋଲି କହିଛନ୍ତି ।