ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ ପଶ୍ଚିମବଙ୍ଗର ୨୫ ହଜାରରୁ ଅଧିକ ଶିକ୍ଷକ/ସ୍କୁଲ କର୍ମଚାରୀଙ୍କ ଚାକିରି ରଦ୍ଦ କରିଛନ୍ତି । ମୁଖ୍ୟ ବିଚାରପତି ସଞ୍ଜିବ ଖନ୍ନା ଏବଂ ବିଚାରପତି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଗତ ବର୍ଷର ହାଇକୋର୍ଟର ନିଷ୍ପତ୍ତିକୁ ବଜାୟ ରଖିଛନ୍ତି। ହାଇକୋର୍ଟର ନିର୍ଦ୍ଦେଶ ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହିପରି ଏହି ପ୍ରସଙ୍ଗରେ ୧୨୦ ରୁ ଅଧିକ ଆବେଦନ ଦାଖଲ ହୋଇଥିଲା। ଏପ୍ରିଲ ୨୦୨୪ରେ ଦିଆଯାଇଥିବା ନିଷ୍ପତ୍ତିରେ, ହାଇକୋର୍ଟ ସମସ୍ତ ଚାକିରି ରଦ୍ଦ କରିବା ସହିତ ଏହି ଲୋକଙ୍କଠାରୁ ସୁଧ ସହିତ ପୂର୍ଣ୍ଣ ଦରମା ଆଦାୟ କରିବାକୁ ମଧ୍ୟ କହିଥିଲେ। ହେଲେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯେଉଁମାନେ କାମ କରୁଥିଲେ ସେମାନଙ୍କୁ ସେମାନଙ୍କର ଦରମା ଫେରାଇବା ଆବଶ୍ୟକ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ୨୦୧୬ରେ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ହେରଫେର ଏବଂ ଠକେଇରେ ପରିପୂର୍ଣ୍ଣ ଥିଲା।୨୦୧୬ରେ ରାଜ୍ୟ ସ୍କୁଲ ସେବା ଆୟୋଗ ମାଧ୍ୟମରେ ନିଯୁକ୍ତି ପାଇଁ ୨୩ ଲକ୍ଷରୁ ଅଧିକ ଲୋକ ପରୀକ୍ଷା ଦେଇଥିଲେ। ୨୫ ହଜାରରୁ ଅଧିକ ନିଯୁକ୍ତିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା। ଏବେ ସୁପ୍ରିମକୋର୍ଟ ନୂତନ ନିଯୁକ୍ତି ପ୍ରକ୍ରିୟାକୁ ୩ ମାସ ମଧ୍ୟରେ ସାରିବାକୁ କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପୂର୍ବ ପ୍ରାର୍ଥୀ ଯେଉଁମାନେ ସଫା ଥିଲେ ସେମାନଙ୍କୁ ନୂତନ ନିଯୁକ୍ତି ପ୍ରକ୍ରିୟାରେ କିଛି ରିହାତି ଦିଆଯାଇପାରିବ। ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ ମାନବିକତା ଦୃଷ୍ଟିରୁ ଜଣେ ଅକ୍ଷମ କର୍ମଚାରୀଙ୍କୁ ଚାକିରି ଜାରି ରଖିବାକୁ ଅନୁମତି ଦେଇଛନ୍ତି। ନୂତନ ନିଯୁକ୍ତି ପ୍ରକ୍ରିୟାରେ ଅବଶିଷ୍ଟ ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ କିଛି ରିହାତି ଦେବାକୁ କୁହାଯାଇଛି। ସମଗ୍ର ଦୁର୍ନୀତିର ସିବିଆଇ ତଦନ୍ତକୁ ମଧ୍ୟ ହାଇକୋର୍ଟ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟ ୪ ଏପ୍ରିଲରେ ଏହି ଦିଗ ଉପରେ ଶୁଣାଣି କରିବେ।