ବଢ଼ିଲା ଇ-କେଓ୍ବାଇସି ଅପଡେଟ ଅବଧି

ଫେବୃଆରୀ ୧୫ ତାରିଖ ଯାଏଁ ବଢ଼ିଲା ଇ-କେଓ୍ବାଇସି ଅବଧି

ବଢ଼ିଲା ଇ-କେଓ୍ବାଇସି ଅପଡେଟ ଅବଧି। ଫେବୃଆରୀ ୧୫ ତାରିଖ ଯାଏଁ ଇ-କେଓ୍ବାଇସି ଅବଧି ବଢାଇଛନ୍ତି ସରକାର। ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଇ-କେଓ୍ବାଇସି ଅପଡେଟ୍ ଅବଧି ଥିବା ବେଳେ ଏହାକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଏବେ ଜାନୁଆରୀ ୩୧ ନୁହେଁ, ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ରାସନ କାର୍ଡ ପାଇଁ ଇ-କେଓ୍ବାଇସି କରି ହେବ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେପଟେ ରାସନ କାର୍ଡ ଫେରାଇବା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସ୍ପଷ୍ଟୀକରଣ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଠିକା କର୍ମଚାରୀଙ୍କୁ ରାସନ କାର୍ଡ ଫେରାଇବାକୁ କହି ନାହିଁ। ବଡ଼ ଚାକିରି କରିନଥିବା ଲୋକଙ୍କୁ କାର୍ଡ ଫେରାଇବାକୁ କହିନି। ଯେଉଁମାନେ ୧୦/୧୨ ହଜାର ଦରମା ପାଉଛନ୍ତି ଅସୁବିଧା ନାହିଁ। ସେମାନଙ୍କୁ ଫେରାଇବାକୁ କହିନି କି ଫେରାଇବା ଦରକାର ନାହିଁ। ଯେଉଁମାନେ ଆଇଟି ରିଟର୍ଣ୍ଣ ଦାଖଲ କରୁଛନ୍ତି ସେମାନେ ଫେରାନ୍ତୁ। ୩୦/୪୦ ହଜାର ଦରମା ପାଉଥିଲେ ଫେରାନ୍ତୁ, ନଚେତ୍‌ ସେମାନେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୯ ଲକ୍ଷ ହିତାଧିକାରୀ ଇ-କେୱାଇସି ଅପଡେଟ କରି ନାହାନ୍ତି । ୨୯ ତାରିଖ ସୁଦ୍ଧା ୨ କୋଟି ୯୬ ଲକ୍ଷ ୯୭ ହଜାର ୩୩୨ ଜଣ ଇ-କେୱାଇସି ଅପଡେଟ୍ କରିଛନ୍ତି । ରାଜ୍ୟ ବାହାରେ ରହୁଥିବା ୧ ଲକ୍ଷ ୩୨ ହଜାର ୩୭୮ ଜଣ ଇ-କେୱାଇସି ଅପଡେଟ କରିଛନ୍ତି । ଜାନୁଆରୀ ୨୯ ତାରିଖ ସୁଦ୍ଧା ମୋଟ୍ ୩୮ ଲକ୍ଷ ୩ ହଜାର ୨୩୮ ଜଣ ଇ-କେୱାଇସି ଅପଡେଟ୍ କରି ନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।