ଯୋଗାଣମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ଯୋଗାଣମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ । ବାରଙ୍ଗ ଥାନା ଷଣ୍ଢପୁର ଛକ ନିକଟରେ ଯୋଗାଣ ମନ୍ତ୍ରୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । କୃଷ୍ଣ ଚନ୍ଦ୍ର ପାତ୍ର ଆଠଗଡରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଷଣ୍ଢପୁର ଛକ ନିକଟରେ ଏକ ମିକ୍ସଚର ମେସିନ ଗାଡ଼ି ସହିତ ଧକ୍କା ହୋଇଥିଲା । ଫଳରେ ମନ୍ତ୍ରୀଙ୍କ ଗାଡି ଡ଼ାହାଣ ପାର୍ଶ୍ୱ ଭାଙ୍ଗି ଯାଇଛି। ତେବେ କାହାର କିଛି କ୍ଷତି ହୋଇନାହିଁ । ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଥାନାକୁ ଆଣି ତଦନ୍ତ କରୁଛି । ସେପଟେ ମନ୍ତ୍ରୀ ଅନ୍ୟ ଏକ ଗାଡ଼ିରେ ଭୁବନେଶ୍ୱର ଫେରିଛନ୍ତି ।
