ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

ନୀଳଚକ୍ରରେ ଶୂନ୍ୟଗଣ୍ଠି,୧୪ ହାତିଆ ପତିତପାବନ ବାନାରେ ୫କିଲୋର ଗଣ୍ଠି । ଏହି ଶୁନ୍ୟଗଣ୍ଠି ପଡିଲେ ଦୈବିଦୁର୍ବିପାକ ଦୂରୀଭୁତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଶୂନ୍ୟଗଣ୍ଠି ବାତ୍ୟା ବନ୍ୟା ଆଦି ଦୈବିଦୁର୍ବିପାକ ବିପଦ ଦୂର ହେବାର ସଂକେତ ଦେଇଥାଏ । ଏଥିପାଇଁ ବାତ୍ୟାର ଅବ୍ୟବହିତ ପୂର୍ବରୁ ନିଳଚକ୍ରରେ ବନ୍ଧାଯାଇଥାଏ ୧୪ ହାତିଆ ଧଳା ବାନା । ନୀଳଚକ୍ରରେ ଧଳାବାନା ବାନ୍ଧିଲେ ଧରାପୃଷ୍ଠରୁ ବିପଦ ଟଳିଯାଏ ବୋଲି ବିଶ୍ୱାସ ରହିଛି । ତେବେ ଆଜି ଯେଉଁ ଶୂନ୍ୟଗଣ୍ଠି ବା ବ୍ରହ୍ମଗଣ୍ଠି ପଡିଛି ପତିତ ଅଥବା ଭକ୍ତଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଏହିଭଳି ଶୂନ୍ୟଗଣ୍ଠି ପକାଇଥାଇ ପାରନ୍ତି ବୋଲି ଗବେଷକ ମତ ଦେଉଛନ୍ତି । ବିପଦ ଟଳିବା ପାଇଁ ସାଧାରଣ ମନୁଷ୍ୟ ପଇତାରେ ହେଉ କି କାନରେ ସୂତା ବାନ୍ଧି ଯେଉଁଭଳି ନିଜ ଆତ୍ମୀୟଙ୍କ ଲାଗି ମାନସିକ କରିଥାନ୍ତି ଠିକ୍ ସେହିଭଳି ମହାପ୍ରଭୁ ମଧ୍ୟ ନିଜ ଭକ୍ତଙ୍କ ପାଇଁ ଶୂନ୍ୟଗଣ୍ଠି ପକାଇ ଉଦ୍ଧାର କରିଥାନ୍ତି । ଶୂନ୍ୟ ଗଣ୍ଠିକୁ ନେଇ ଏହି ଭଳି ଅନେକ ବିଶ୍ୱାସ ରହିଛି ।