ବିଜେପି କାର୍ଯ୍ୟାଳୟରେ ସୁନୀତି ମୁଣ୍ଡ ହଟହଟା

ସୁନୀତିଙ୍କୁ କାର୍ଯ୍ୟାଳୟରୁ ତଡ଼ିଦେଲେ ମହିଳା ବିଜେପି କର୍ମୀ

ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇଦେଲେ ମହିଳା ବିଜେପି କର୍ମୀ । ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିବା ବେଳେ ତାଙ୍କୁ କର୍ମୀ ଘଉଡ଼ାଇ ଦେଇଥିବା ଦେଖିବାକୁ ମିଳିଛି । ନିଲମ୍ବନ ସତ୍ତ୍ବେ ପାର୍ଟି ଅଫିସକୁ ଆସିଥିବାରୁ କର୍ମୀମାନେ ଏଭଳି କରିଥିବା ସୂଚନା ମିଳିଛି । ସୁନୀତିଙ୍କ ନାଁରେ ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗ ରହିଛି । ନିକଟରେ ସୁନୀତିଙ୍କୁ ବିଜେପିରୁ ନିଲମ୍ବନ କରାଯାଇଥିଲା । ଭୁବନେଶ୍ବର ମହାନଗର ବିଜେପି ମେୟର ପ୍ରାର୍ଥୀ ଥିଲେ ସୁନୀତି ମୁଣ୍ଡ । ତାଙ୍କ ନାଁରେ ମିଛ ଅଭିଯୋଗ ଲଗାଯାଇଛି ବୋଲି ସୁନୀତି କହିଛନ୍ତି ।

ସୂଚନା ଅନୁସାରେ ଦଳ ବିରୋଧି କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଗତ ଶନିବାର ସୁନୀତି ମୁଣ୍ଡଙ୍କୁ ବିଜେପିରୁ ନିଲମ୍ବିତ କରାଯାଇଥିଲା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଥିଲା ।