ଗତକାଲି “ଶଙ୍ଖ’ ଛାଡ଼ିଥିଲେ, ୨୪ ଘଣ୍ଟା ନପୂରୁଣୁ “ହାତ’ ଧରିଲେ

ପୁଣି କଂଗ୍ରେସକୁ ଫେରିଲେ ସୁନୀତା

ପୁଣି କଂଗ୍ରେସକୁ ଫେରିଲେ ସୁନୀତା । ଗତକାଲି “ଶଙ୍ଖ’ ଛାଡ଼ିଥିଲେ, ୨୪ ଘଣ୍ଟା ନପୂରୁଣୁ “ହାତ’ ଧରିଲେ । କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । ରାହୁଲ ଗାନ୍ଧୀଙ୍କ ଓଡ଼ିଶାଗସ୍ତର କେଇଘଣ୍ଟା ପୂର୍ବରୁ କଂଗ୍ରେସରେ ସାମିଲ ହୋଇଛନ୍ତି ବିଜେଡିକୁ ବାଏ ବାଏ କହିଥିବା ସୁନୀତା ବିଶ୍ୱାଳ। ଗତକାଲି ସୁନୀତା ବିଶ୍ୱାଳ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ସୁନୀତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ । ବଡ଼କଥା ହେଉଛି ସୁନୀତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ । ସେ ୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ ଆଉ ପାଖାପାଖି ୨ ଲକ୍ଷ ୭୭ ହଜାର ଭୋଟ୍ ମଧ୍ୟ ପାଇଥିଲେ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସେ କଂଗ୍ରେସ ଦଳକୁ ଯାଉଥିବା ଚର୍ଚ୍ଚା ହୋଇଥିଲା ।