ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଡେପୁଟି ରେଞ୍ଜର
ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଫରେଷ୍ଟ ରେଞ୍ଜର ଡେପୁଟୀ ରେଞ୍ଜର । ସରକାରୀ କାମରେ ନିୟୋଜିତ ଗାଡ଼ି ଭଡ଼ା ବିଲ୍ କରାଇଦେବା ପାଇଁ ସେ ଗାଡ଼ି ମାଲିକଙ୍କ ଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଟ୍ରାପ କରିଥିଲା । ଏହାପରେ ତାଙ୍କର ୪ଟି ଠିକଣାରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ରାଉରକେଲା ବାସନ୍ତୀ କଲୋନୀରେ ଥିବା ଡେପୁଟୀ ରେଞ୍ଜର ଅସିତ କୁମାର ପଟ୍ଟନାୟକଙ୍କ ଘରୁ ମିଳିଛି ନଗଦ ୮ ଲକ୍ଷ ୩୭ ହଜାର ଟଙ୍କା । ଏଥିସହ ୩୯୦ ଗ୍ରାମ ସୁନା ଅଳଙ୍କାର ମିଳିଛି ।
