ବିଜେପିରେ ମିଶିଲେ ସୁନନ୍ଦା ଦାସ
ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ନିଜ ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ସେ ୨୦୧୯ରୁ ୨୪ ପର୍ଯ୍ୟନ୍ତ ବିଜେଡି ଟିକେଟ୍ରୁ ବିଧାୟକ ଥିଲେ । ତେବେ ୨୦୨୪ ନିର୍ବାଚନରେ କିନ୍ତୁ ବିଜେଡି ସୁନନ୍ଦାଙ୍କୁ ଟିକେଟ୍ ଦେଇନଥିଲା । ଯାହାକୁ ସେ ନେଇ ଅସନ୍ତୁଷ୍ଟ ଥିଲେ । ସୁନନ୍ଦାଙ୍କ ବଦଳରେ ବିଜେପି ଛାଡ଼ି ଆସିଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ୍ ଦେଇଥିଲା ବିଜେଡି । ସେ ବରୀ ଆସନରୁ ବିଜୟୀ ମଧ୍ୟ ହୋଇଥିଲେ । ତେବେ ଟିକେଟ୍ କାଟିବା ପରେ ସେତେବେଳେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁନନ୍ଦା । ସେ କହିଥିଲେ ମୋ ରିପୋର୍ଟ କାର୍ଡ ଆଉ ସର୍ଭେ ଭଲ ଥିଲା ବୋଲି ଦଳ କହିଥିଲା । ହେଲେ କେଉଁ ଗ୍ରାଉଣ୍ଡରେ ଟିକେଟ କାଟିଲା ଦଳ ? ଦଳରେ ଥିବା କୁଚକ୍ରୀ ଗୋଷ୍ଠୀ ଟିକଟ୍ କାଟି ଦେଲେ, ତାଙ୍କ କଥା ଜଗନ୍ନାଥ ବିଚାର କରିବେ ବୋଲି କାନ୍ଦ କାନ୍ଦ ହୋଇ କହିଥିଲେ ସୁନନ୍ଦା ଦାସ ।