ଗ୍ରାମାଞ୍ଚଳ ବିକାଶକୁ ପ୍ରାଥମିକତା

ବିଧାୟକଙ୍କ ସହ ଆଲୋଚନା କଲେ ଦାନଗଦୀବାସୀ

ଗ୍ରାମାଞ୍ଚଳର ବିକାଶକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି “ଆମ ଓଡ଼ିଶା,ନବୀନ ଓଡ଼ିଶା”ଯୋଜନା । ଏହି ଯୋଜନାରେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକର ସମସ୍ତ ପଞ୍ଚାୟତର ଉନ୍ନତି କରିବା ନିମନ୍ତେ ଦାନଗଦୀ ବ୍ଲକ ଅଫିସରେ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଜନପ୍ରତିନିଧି ଓ ଲୋକଙ୍କ ସହ ଆଲୋଚନା କରିଛନ୍ତି ।  ଗାଁର ଧର୍ମପୀଠ, ରାସ୍ତା ଆଦିର ଉନ୍ନତି କରିବା ନେଇ ଗାଁରେ ହେବ ବୈଠକ କରାଯିବ । ଏଥିସହ ଲୋକମାନଙ୍କ ଆବଶ୍ୟକତା ଓ ମତାମତକୁ ପ୍ରାଥମିକତା ଦେଇ ଉନ୍ନତି ମୂଳକ ପ୍ରକଳ୍ପ ଚୟନ କରାଯିବ । ଉନ୍ନତିମୂଳକ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ଶେଷ କରାଯିବ ଚୟନ । ସେହିପରି ଗାଁରେ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ତାଲିକା ପ୍ରସ୍ତୁତ କରାଯାଇ ସମାଧାନ କରାଯିବ ବୋଲି ସୂଚନା ରହିଛି ।