ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସୁଜିତ କୁମାର

ନାମାଙ୍କନ ଭରିଲେ ସୁଜିତ କୁମାର

ରାଜ୍ୟସଭା ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଦାଖଲ କରିଛନ୍ତି ସୁଜିତ କୁମାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଓ ୩୦ ଜଣ ବିଧାୟକ ପ୍ରସ୍ତାବକଙ୍କ ଉପସ୍ଥିତରେ ଦୁଇ ସେଟ୍‌ ନାମାଙ୍କନ ଭରିଛନ୍ତି ସୁଜିତ କୁମାର।ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ସୁଜିତ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଥିବା ବିଜେପି କେନ୍ଦ୍ରୀୟ ଚୟନ କମିଟି ପକ୍ଷରୁ଼ ଘୋଷଣା କରାଯାଇଥିଲା। ନାମାଙ୍କନ ଭରିବା ପୂର୍ବରୁ ସୁଜିତ କୁମାର ବିଜେପି ପାର୍ଟି କାର୍ଯ୍ୟାଳୟରେ ପହଞ୍ଚି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ନାୟକଙ୍କୁ ଭେଟିଥିଲେ।