କାର୍ଯ୍ୟରେ ଯୋଗଦେଲେ ସୁଜାତା କାର୍ତ୍ତିକେୟନ
ବରିଷ୍ଠ ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି । ସୂଜାତାଙ୍କୁ ସରକାର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି । ସୂଚନା ଥାଉକି ଆଜି ତାଙ୍କର ଛୁଟି ଅବଧି ଶେଷ ହୋଇଛି । ସେ ୬ମାସ ପାଇଁ ଛୁଟିରେ ରହିଥିଲେ । ଛୁଟି ଅବଧି ଶେଷ ହେବା ପୂର୍ବରୁ ସେ ପୁଣି ରାଜ୍ୟ ସରକାରଙ୍କ ନିକଟରେ ପୁଣି ୬ମାସ ପାଇଁ ଛୁଟି ଆବେଦନ କରିଥିଲେ । ହେଲେ ରାଜ୍ୟ ସରକାର ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ ବେଳେ ସେତେବେଳର ବିରୋଧୀ ବିଜେପି ତାଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଥିଲା । ନିର୍ବାଚନ କମିଶନଙ୍କ ପାଖରେ ବିଜେପି ଅଭିଯୋଗ କରିଥିଲା କି ସୁଜାତା ସରକାରୀ ଚାକିରିରେ ରହି ସେତେବେଳେର ଶାସକ ଦଳ ବିଜେଡି ପାଇଁ କାମ କରୁଛନ୍ତି । ଏହାପରେ ସୁଜାତାଙ୍କୁ ମିଶନ ଶକ୍ତି ଦାୟିତ୍ୱରୁ ବାହାର କରି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦେଇଥିଲେ । ଦାୟିତ୍ୱ ନେବାର କିଛିଦିନ ପରେ ସେ ୬ମାସ ପାଇଁ ଛୁଟିରେ ଯାଇଥିଲେ ।